ଏହି କାରଣରୁ ଓଡ଼ିଶାରେ ଦୈନିକ ଯାଉଛି ୧୫ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ଦୈନିକ ୩୦ରୁ ଅଧିକ ଦୁର୍ଘଟଣା ହେଉଛି। ଏଥିରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଗବେଷଣା ୱିଙ୍ଗ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।  ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଓଡିଶାରେ ୧୧ ହଜାର ୬୪ଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି।  ୨୦୧୮ ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍ […]

ubn

Tapas Behera
  • Published: Thursday, 22 October 2020
  • , Updated: 22 October 2020, 06:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡିଶାରେ ଦୈନିକ ୩୦ରୁ ଅଧିକ ଦୁର୍ଘଟଣା ହେଉଛି। ଏଥିରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଉଛି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଗବେଷଣା ୱିଙ୍ଗ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।  ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ଓଡିଶାରେ ୧୧ ହଜାର ୬୪ଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ ୫ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି।  ୨୦୧୮ ତୁଳନାରେ ଦୁର୍ଘଟଣା ସଂଖ୍ୟା କମ୍ ହୋଇଥିଲେ ମଧ୍ୟ ଅଧିକ ମୃତ୍ୟୁ ହୋଇଛି ।

ସଡକ ଦୁର୍ଘଟଣାରେ ଓଡିଶା ୧୨ତମ ସ୍ଥାନରେ ରହିଛି । ଓଡିଶାରେ ଓଭରସ୍ପିଡ୍ ଯୋଗୁଁ ୭ ହଜାର ୬୩୨ଟି ଦୁର୍ଘଟଣା ହୋଇଛି।  ମଦ୍ୟପାନ କରି ଗାଡିଚାଳନା ଯୋଗୁଁ ୧୦୬୮ ଦୁର୍ଘଟଣା ଘଟିଥିଲା, ଏଥିରେ ୫୦୭ଜଣଙ୍କର ମୃତ୍ୟୁ ହୋଇଛି।  ମଦ୍ୟପାନ କରି ଗାଡିଚଳାଇବା ସମ୍ପର୍କିତ ଦୁର୍ଘଟଣା ମାମଲାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଭୁଲ ପାର୍ଶ୍ୱରେ ଡ୍ରାଇଭିଂ କରିବା ଯୋଗୁଁ ୧୦୪୦ଟି ସଡକ ଦୁର୍ଘଟଣା ହୋଇଛି।

Related story