ଜେଲ୍‌ ଗଲେ ଫିଲ୍ମ ପ୍ରଯୋଜକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍‌ ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ଶ୍ରୀକାନ୍ତ ମୋହତାଙ୍କୁ କୋଲକାତାରୁ ଗିରଫ କରିବା ପରେ ସିବିଆଇ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା। ତାଙ୍କୁ ସିଜେଏମ୍‌ଙ୍କ କୋର୍ଟରେ […]

arrested-kolkata-film-producer-lands-in-bhubaneswar-jail

arrested-kolkata-film-producer-lands-in-bhubaneswar-jail

Manoranjan Sial
  • Published: Friday, 25 January 2019
  • Updated: 25 January 2019, 07:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଗିରଫ ହୋଇଥିବା କୋଲକାତାର ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମୋହତା ଶେଷରେ ଜେଲ୍‌ ଗଲେ। ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୭ ତାରିଖରେ କୋର୍ଟରେ ପୁଣି ତାଙ୍କୁ ହାଜର କରାଯିବ। ଆସନ୍ତା ୨୯ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।

ଶ୍ରୀକାନ୍ତ ମୋହତାଙ୍କୁ କୋଲକାତାରୁ ଗିରଫ କରିବା ପରେ ସିବିଆଇ ଆଜି ତାଙ୍କୁ ଭୁବନେଶ୍ୱର ଆଣିଥିଲା। ତାଙ୍କୁ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ରୋଜଭ୍ୟାଲି ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟ ଗୌତମ କୁଣ୍ଡୁ ଓ ପ୍ରଯୋଜକ ମୋହତାଙ୍କ ମଧ୍ୟରେ ମନିଟ୍ରେଲର ପ୍ରମାଣ ପାଇଛି ସିବିଆଇ। ଫିଲ୍ମ ନିର୍ମାଣ ନାଁରେ ସେ ୨୪ କୋଟି ଟଙ୍କା ରୋଜଭ୍ୟାଲିଠାରୁ ନେଇଥିବା ବେଳେ ଏସବୁ ଅର୍ଥ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଭଳି ରାଜ୍ୟର ଲୋକଙ୍କ ଠାରୁ ବିଭିନ୍ନ ସ୍କିମ୍‌ ମାଧ୍ୟମରେ ସଂଗ୍ରହ କରାଯାଇଥିଲା। ଏହାସହ ଚିଟ୍‌ଫଣ୍ଡ୍‌ ଅର୍ଥରେ ଏକ ଘରୋଇ କମ୍ପାନୀ ସହ ମିଶି ମୂଲ୍ୟବାନ ପେଣ୍ଟିଂ କିଣା ଯାଇଥିଲା। ଏଥିପାଇଁ ଚିଟ୍‌ଫଣ୍ଡ୍‌ ଅଭିଯୁକ୍ତଙ୍କୁ ପ୍ରବର୍ତ୍ତା ଯାଇଥିଲା। ରୋଜଭ୍ୟାଲି ଟିଟ୍‌ଫଣ୍ଡ୍‌ ସଂସ୍ଥା ଜମାକାରୀଙ୍କଠାରୁ ୧୫ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରିଛି। ପୂର୍ବରୁ ରୋଜଭ୍ୟାଲି ଲିଙ୍କରେ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲ ଓ ସୁଦୀପ ବନ୍ଦୋପାଧ୍ୟାୟ ଗିରଫ ହୋଇଥିଲେ। ପରେ ସେମାନେ ଜାମିନରେ ମୁକୁଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos