ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡା ଜେଲ୍ରେ ରହିଥିବା ଅର୍ଥତତ୍ତ୍ୱ ଚିଟ୍ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜେଲ୍ରେ ଥିବା ଟଏଲେଟ ଯାଇଥିବା ବେଳେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଜେଲ୍ ପିଅନ୍ ସହ କୌଣସି କାରଣକୁ ନେଇ ପ୍ରଦୀପଙ୍କ ଝଗଡା ହୋଇଥିଲା । ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ ଜେଲ କର୍ତ୍ତୃପକ୍ଷ । ପ୍ରଦୀପଙ୍କୁ ଚିକିତ୍ସା ନିମନ୍ତେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ SCB ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ମିଶାଇ ପ୍ରଦୀପ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି ।