ସନ୍ଦେହକୁ କାହିଁକି ଆସିଲା ସରୋଜ? ସ୍ପଷ୍ଟ କଲେ ଆଇଜି ଅରୁଣ ବୋଥ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀ କାହିଁକି ସନ୍ଦେହ ଘରକୁ ଆସିଲା? କାରଣ ଯେତେବେଳେ ଏହି ଘଟଣାକୁ ନେଇ ପୂରା ରାଜ୍ୟ ହୁଲସ୍ତୁଲ ହେଉଥିଲା ସେତେବେଳେ ସରୋଜର ନାଁ କେଉଁଠି ନଥିଲା। ଫୋକସ୍‌ରେ ଥିଲା କେବଳ ବାବୁଲି ନାୟକ? ତେବେ ଏସ୍‌ଆଇଟି ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ସରୋଜ ନାଁ ସାମ୍ନାକୁ ଆସିଥିଲା। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସୂଚନା ଅନୁଯାୟୀ ତାକୁ ୧୦ ଦିନ ପଚରାଉଚରା କରିବା […]

pari murder case update

pari murder case update

Jitendra Garnayak
  • Published: Tuesday, 22 December 2020
  • Updated: 22 December 2020, 01:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀ କାହିଁକି ସନ୍ଦେହ ଘରକୁ ଆସିଲା? କାରଣ ଯେତେବେଳେ ଏହି ଘଟଣାକୁ ନେଇ ପୂରା ରାଜ୍ୟ ହୁଲସ୍ତୁଲ ହେଉଥିଲା ସେତେବେଳେ ସରୋଜର ନାଁ କେଉଁଠି ନଥିଲା। ଫୋକସ୍‌ରେ ଥିଲା କେବଳ ବାବୁଲି ନାୟକ? ତେବେ ଏସ୍‌ଆଇଟି ଘଟଣାର ତଦନ୍ତ ଭାର ହାତକୁ ନେବା ପରେ ସରୋଜ ନାଁ ସାମ୍ନାକୁ ଆସିଥିଲା। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ସୂଚନା ଅନୁଯାୟୀ ତାକୁ ୧୦ ଦିନ ପଚରାଉଚରା କରିବା ପରେ ଗିରଫ କରାଯାଇଛି। ତେବେ ସରୋଜ ଉପରକୁ ଏସ୍‌ଆଇଟିର ସନ୍ଦେହ ଗଲା କାହିଁକି? ଆଜି ଏସ୍‌ଆଇଟି ମୁଖ୍ୟ କରିଥିବା ସାମ୍ବାଦିକ ସମ୍ମିଳନୀରେ ସାମ୍ନାକୁ ଆସିଛି ଏହି କଥା।

ଶ୍ରୀ ବୋଥ୍ରା ଦେଇଥିବା ସୂଚନା ଅନୁଯାୟୀ, ପରୀର ଲେଗିଙ୍ଗସ୍ ଗାଏବ ହେବା ଓ ଅନ୍ୟାନ୍ୟ ସ୍ଥିତିକୁ ଦେଖି ତଦନ୍ତକାରୀ ଟିମ୍ ପ୍ରଥମେ ତା’ ସହିତ ଦୁଷ୍କର୍ମ ହୋଇଥିବା ସନ୍ଦେହ କରିଥିଲା। ଆଉ ତା’ପରେ ଖୋଜା ଯାଇଥିଲା କିଏ କରିଥିବ ଦୁଷ୍କର୍ମ। ଆଉ ଏହି ଖୋଜିବା ପ୍ରକ୍ରିୟାରେ ସେମାନେ ଯାଇ ପହଞ୍ଚିଥିଲେ ସରୋଜ ପାଖରେ।

ଅରୁଣ ବୋଥ୍ରା କହିଛନ୍ତି,  ତଦନ୍ତ ବେଳେ ପୂରା ଗାଁର ସବୁ ଲୋକଙ୍କ ପ୍ରୋଫାଇଲ ନେଇଥିଲୁ। ସେଦିନ କାହା ଘରେ କିଏ କିଏ ଥିଲେ, ସବୁ ଟିକିନିଖି ଯାଞ୍ଚ କରିଥିଲୁ। ୧୪ ତାରିଖ ଘଟଣା ଦିନ ସମସ୍ତଙ୍କ ଘରେ କେହି ନା କେହି ଥିଲେ। କିନ୍ତୁ ସରୋଜ ଘରେ ସେଦିନ ଏକା ସେ ହିଁ ରହିଥିଲା। ଦ୍ୱିତୀୟତଃ ସରୋଜଙ୍କ ମୋବାଇଲରୁ ମଧ୍ୟ ବଡ଼ ସୁରାକ ପାଇଲୁ। ତା’ ମୋବାଇଲ ଲକ୍ ଖୋଲିବାରୁ ଗୋଟେ ପପ୍ଅପ୍ ଆସିଲା। ପପ୍ଅପ୍ ଥିଲା, ୩ ବର୍ଷର ଝିଅକୁ ହତ୍ୟା ଓ ଦୁଷ୍କର୍ମ ସଂପର୍କିତ ନ୍ୟୁଜ। କୌଣସି ଜାଗାରେ ଘଟିଥିବା ଏକ ନ୍ୟୁଜକୁ ସରୋଜ ଦେଖିଥିଲା। ପୂର୍ବରୁ ଦେଖିଥିବାରୁ ମୋବାଇଲ ଅନ୍ କରୁ କରୁ ପପ୍ଅପ୍ ଆସିଥିଲା। ଏହା ପରେ ସରୋଜକୁ ନାବାଳିକା କଥା କହୁ କହୁ ସେ ଆମକୁ ପ୍ରମାଣ ମାଗିଥିଲା। ସେମିତି ଗାଁର ଅଧିକାଂଶ ଲୋକ ପଲିଗ୍ରାଫ୍ ପାଇଁ ରାଜି ହୋଇଥିଲେ। ତେବେ ସରୋଜ ପଲିଗ୍ରାଫ୍ ପାଇଁ ପ୍ରଥମରୁ ରାଜି ହେଉ ନଥିଲା ବୋଲି ଏସଆଇଟି ମୁଖ୍ୟ କହିଛନ୍ତି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos