ଆସନ୍ତାକାଲି ରାଜ୍ୟ କ୍ୟାବିନେଟ, ୧୪ ପ୍ରସ୍ତାବ ଆସିବାର ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ୧୪ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସଚିବାଳୟରେ ଏହି ବୈଠକ ବସିବ। ଓଡ଼ିଶା ଭାଷା ଆଇନ ୧୯୫୪ରେ ସଂଶୋଧନ, ଓଡ଼ିଶା ବିଦ୍ୟୁତ ଶୁଳ୍କ ଆଇନ ୧୯୬୧ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌-୧୯୬୪ରେ ସଂଶୋଧନ ନେଇ ପ୍ରସ୍ତାବ ଆସିବ। ଏହାସହ ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ପ୍ରତିଷ୍ଠା, ଓଏମସି ଜରିଆରେ ଶିଳ୍ପସଂସ୍ଥାଙ୍କୁ ଖଣିଜ ପଦାର୍ଥ […]

sachibalaya

Rakesh Mallick
  • Published: Sunday, 07 August 2016
  • , Updated: 08 August 2016, 07:37 AM IST

ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ୧୪ଟି ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସଚିବାଳୟରେ ଏହି ବୈଠକ ବସିବ। ଓଡ଼ିଶା ଭାଷା ଆଇନ ୧୯୫୪ରେ ସଂଶୋଧନ, ଓଡ଼ିଶା ବିଦ୍ୟୁତ ଶୁଳ୍କ ଆଇନ ୧୯୬୧ ଓ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ୍‌-୧୯୬୪ରେ ସଂଶୋଧନ ନେଇ ପ୍ରସ୍ତାବ ଆସିବ। ଏହାସହ ଓଡ଼ିଶା ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ପ୍ରତିଷ୍ଠା, ଓଏମସି ଜରିଆରେ ଶିଳ୍ପସଂସ୍ଥାଙ୍କୁ ଖଣିଜ ପଦାର୍ଥ ଯୋଗାଣ ଓ ପୁଞ୍ଜି ପ୍ରତ୍ୟାହାର ନେଇ କ୍ୟାବିନେଟ କମିଟିର ପୁନର୍ଗଠନ ଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ମୋହର ଲାଗିବାର ସମ୍ଭାବନା ରହିଛି।

Related story