ଆସନ୍ତାକାଲିଠାରୁ ଖୋଲିବ କୁଲଡ଼ିହା ଅଭୟାରଣ୍ୟ

ବାଲେଶ୍ୱର: ଆସନ୍ତାକାଲିଠାରୁ କୁଲଡିହା ଅଭୟାରଣ୍ୟ ଖୋଲିବ। ନୀଳଗିରି ଅଞ୍ଚଳରେ ଥିବା ଏହି ଅଭୟାରଣ୍ୟରେ ହାତୀ,ମୟୂର, ଗୟଳ ଓ ସମ୍ବର ଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ। ବନ ବିଭାଗର ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୁଲଡିହା ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକଙ୍କ ରହିବା ପାଇଁ ତମ୍ବୁର ବ୍ୟବସ୍ଥା ହୋଇଛି। ଜୀବଜନ୍ତୁ ପାଣି ପିଇବାକୁ ଆସିବାବେଳେ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ। ଗତ ଜୁନ୍‌ ୧୫ ତାରିଖରୁ ଏହି ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା।  

khuldiha

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 01:12 PM IST

ବାଲେଶ୍ୱର: ଆସନ୍ତାକାଲିଠାରୁ କୁଲଡିହା ଅଭୟାରଣ୍ୟ ଖୋଲିବ। ନୀଳଗିରି ଅଞ୍ଚଳରେ ଥିବା ଏହି ଅଭୟାରଣ୍ୟରେ ହାତୀ,ମୟୂର, ଗୟଳ ଓ ସମ୍ବର ଭଳି ଜୀବଜନ୍ତୁଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ। ବନ ବିଭାଗର ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୁଲଡିହା ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକଙ୍କ ରହିବା ପାଇଁ ତମ୍ବୁର ବ୍ୟବସ୍ଥା ହୋଇଛି। ଜୀବଜନ୍ତୁ ପାଣି ପିଇବାକୁ ଆସିବାବେଳେ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ।

ଗତ ଜୁନ୍‌ ୧୫ ତାରିଖରୁ ଏହି ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା।

 

Related story