ଆଶାକର୍ମୀଙ୍କୁ ମାଡ଼ : କଟକ ବଡ଼ ମେଡ଼ିକାଲରେ ଓଡ଼ିଶା ଆଶାକର୍ମୀ ସଂଘର ବିକ୍ଷୋଭ

କଟକ : କଟକ ଜିଲ୍ଲା ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଆଶାକର୍ମୀଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଆଶାକର୍ମୀ ସଂଘ। ଆଜି କଟକ ବଡ଼ ମେଡ଼ିକାଲ ପରିସରରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୫ ତାରିଖରେ କଟକ ଗୋପାଳପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ସେହି ଅଞ୍ଚଳର ସୁଜାତା ନାୟକ ନାମକ ଆଶାକର୍ମୀ ବଡ଼ ମେଡ଼ିକାଲ ଆଣିଥିବା ବେଳେ ଜଣେ ମହିଳା ଡ଼ାକ୍ତର ତାଙ୍କୁ ମାଡ଼ ମାରିଥିବା […]

Asha Karmi A

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 09:45 AM IST

କଟକ : କଟକ ଜିଲ୍ଲା ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଆଶାକର୍ମୀଙ୍କୁ ମାଡ଼ ଘଟଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଆଶାକର୍ମୀ ସଂଘ। ଆଜି କଟକ ବଡ଼ ମେଡ଼ିକାଲ ପରିସରରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୫ ତାରିଖରେ କଟକ ଗୋପାଳପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ସେହି ଅଞ୍ଚଳର ସୁଜାତା ନାୟକ ନାମକ ଆଶାକର୍ମୀ ବଡ଼ ମେଡ଼ିକାଲ ଆଣିଥିବା ବେଳେ ଜଣେ ମହିଳା ଡ଼ାକ୍ତର ତାଙ୍କୁ ମାଡ଼ ମାରିଥିବା ମେଡ଼ିକାଲ ଫ।ଣ୍ଡିରେ ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଆଜି ଆଶାକର୍ମୀ ସଂଘ ପକ୍ଷରୁ ମେଡ଼ିକାଲ ପରିସରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ମେଡ଼ିକାଲ ସୁପରିଟେଣ୍ଡେଣ୍ଟଙ୍କୁ  ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Related story