ବ୍ରହ୍ମପୁର( ଜଗନ୍ନାଥ ସାହୁ): ମହଙ୍ଗା ପଡ଼ିଲା ପାଟପୁର ଥାନା IICଙ୍କୁ ଆକ୍ରମଣ । ନିଲମ୍ବିତ ହେଲେ ASI ପ୍ରତୀମଞ୍ଜରୀ ଗଡ଼ନାୟକ । ଗତକାଲି ପାଟପୁର ଥାନା ଭିତରେ ପଶି IIC ଅଜୟ ବାରିକଙ୍କୁ ASI ପ୍ରତୀମଞ୍ଜରୀ ଓ ତାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଡ୍ୟୁଟି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିବା ଜଣାଯାଇଛି। ଗତ ରାତିରେ ଆଇଆଇସି ଡ୍ୟୁଟି ଭାଗବଣ୍ଟା କରୁଥିବା ବେଳେ ASI ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି ଅତର୍କିତ ଭାବେ IICଙ୍କୁ ଆକ୍ରମଣ କରିଥିଲେ । ଏହାସହ ତଣ୍ଟି ଚିପି ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିବା ଆଇଆଇସି ଅଭିଯୋଗ କରିଥିଲେ। ଏନେଇ ମାମଲା ରୁଜୁ ହେବା ପରେ ASI ପ୍ରତୀମଞ୍ଜରୀ ଗଡ଼ନାୟକଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ: ପ୍ରଭାତୀ ପରିଡ଼ା
ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ବି ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ।
Miscellaneous
ଉଜୁଡ଼ିଗଲା ଫସଲ, ଜୀବନ ହାରିଦେଲେ ଚାଷୀ
ଚାଷ କରିବା ପାଇଁ କୈଳାସ ପାଖାପାଖି ଅଢେଇ ଲକ୍ଷ ଟଙ୍କା ଧାର କରଜ କରିଥିଲେ।
Miscellaneous
୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଡିସେମ୍ବର ୩୦ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି। ୧୫ ପରେ ମିଳିବ ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ ଟଙ୍କା
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।
Miscellaneous
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ
୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ବନବିଭାଗ କହିଛି।