ଏସିଆନ୍ ଗ୍ରାଁ ପ୍ରିକ୍ସ: ୧୦୦ ମିଟର ଦୌଡ଼ରେ ଶ୍ରାବଣୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ଗ୍ରାଁ ପ୍ରିକ୍ସରେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ମିଳିଛି ସଫଳତା। ୧୦୦ ମିଟର ଦୌଡ଼ରେ ସେ ହାସଲ କରିଛନ୍ତି ବ୍ରୋଞ୍ଜ୍ ପଦକ।  ୧୦୦ ମିଟର ଦୂରତ୍ୱକୁ ସେ ୧୧.୫୮ ସେକେଣ୍ଡରେ ଅତିକ୍ରମ କରିଥିଲେ। ଏସିଆନ ଗ୍ରାଁ ପ୍ରିକ୍ସରେ ସେ ୪ ଗୁଣା ୧୦୦ ରିଲେର ମହିଳା ବର୍ଗ ପାଇଁ ବି ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଚୀନର ଉହାନ ଠାରେ ଶେଷ ହୋଇଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶ୍ରାବଣୀ ନନ୍ଦ ୨୦୦ […]

shravanee

Rakesh Mallick
  • Published: Monday, 22 June 2015
  • , Updated: 22 June 2015, 03:22 PM IST

ଭୁବନେଶ୍ୱର: ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ଗ୍ରାଁ ପ୍ରିକ୍ସରେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ମିଳିଛି ସଫଳତା। ୧୦୦ ମିଟର ଦୌଡ଼ରେ ସେ ହାସଲ କରିଛନ୍ତି ବ୍ରୋଞ୍ଜ୍ ପଦକ।  ୧୦୦ ମିଟର ଦୂରତ୍ୱକୁ ସେ ୧୧.୫୮ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଏସିଆନ ଗ୍ରାଁ ପ୍ରିକ୍ସରେ ସେ ୪ ଗୁଣା ୧୦୦ ରିଲେର ମହିଳା ବର୍ଗ ପାଇଁ ବି ମନୋନୀତ ହୋଇଛନ୍ତି।

ଏହା ପୂର୍ବରୁ ଚୀନର ଉହାନ ଠାରେ ଶେଷ ହୋଇଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶ୍ରାବଣୀ ନନ୍ଦ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଥିଲେ। ସେହିପରି ଗତ ମେ’ ମାସରେ କର୍ଣ୍ଣାଟକରେ ଅନୁଷ୍ଠିତ ସିନିୟର ଆଥଲେଟ୍ ଚାମ୍ପିଅନସିପରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାର ଅମୀୟ ମଲ୍ଲିକ ମଧ୍ୟ ଏସିଆନ୍ ଗ୍ରାଁ ପ୍ରିକ୍ସର ୪ ଗୁଣା ୧୦୦ ରିଲେରେ ଭାଗ ନେଇଛନ୍ତି।

Related story