ଅସୀମ ଓଡିଶା ଜାତୀୟ ସମାବେଶରେ ଓଡିଆ ଭାଷା ସଂଗ୍ରାମ ସମିତି ସମ୍ମାନୀତ

ଚେନ୍ନାଇ: ଚେନ୍ନାଇଠାରେ ‘ଅସୀମ ଓଡିଶା’ ପକ୍ଷରୁ ଆମ୍ମାରଙ୍ଗମ ସଭାକକ୍ଷରେ ଆୟୋଜିତ ଜାତୀୟ ଓଡିଆ ସମାବଶେରେ ଓଡିଆ ଭାଷା ସଂଗ୍ରାମ ସମିତିକୁ ସମ୍ମାନୀତ କରାଯାଇଛି । ସମିତି ପକ୍ଷରୁ ଉପସ୍ଥାପିତ ଓଡିଶାର ମହାଭାରତୀୟ, ମହାମାନବୀୟ, ମହାଜାଗତିକ ବିଚାରଧାରା ଶୀର୍ଷକ ବିଷୟ ସ୍ୱଦେଶୀ, ବିଦେଶୀ ଓ ପ୍ରବାସୀ ଓଡିଆଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ହୋଇଥିଲା । ଅତ୍ୟନ୍ତ ଭାବଗମ୍ଭୀର ପରିବେଶ ମଧ୍ୟରେ ଓଡିଶାର ଆଧ୍ୟାତ୍ମିକ ସୃଜନଶୀଳତା କିପରି ସାମ୍ୟବାଦ, ନାରୀ ଶସକ୍ତିକରଣ, ଅର୍ଥନୈତିକ ବିକାଶ, ଜାତିଭେଦ ବିଲୋପ […]

owb

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 03:20 PM IST

ଚେନ୍ନାଇ: ଚେନ୍ନାଇଠାରେ ‘ଅସୀମ ଓଡିଶା’ ପକ୍ଷରୁ ଆମ୍ମାରଙ୍ଗମ ସଭାକକ୍ଷରେ ଆୟୋଜିତ ଜାତୀୟ ଓଡିଆ ସମାବଶେରେ ଓଡିଆ ଭାଷା ସଂଗ୍ରାମ ସମିତିକୁ ସମ୍ମାନୀତ କରାଯାଇଛି । ସମିତି ପକ୍ଷରୁ ଉପସ୍ଥାପିତ ଓଡିଶାର ମହାଭାରତୀୟ, ମହାମାନବୀୟ, ମହାଜାଗତିକ ବିଚାରଧାରା ଶୀର୍ଷକ ବିଷୟ ସ୍ୱଦେଶୀ, ବିଦେଶୀ ଓ ପ୍ରବାସୀ ଓଡିଆଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ହୋଇଥିଲା । ଅତ୍ୟନ୍ତ ଭାବଗମ୍ଭୀର ପରିବେଶ ମଧ୍ୟରେ ଓଡିଶାର ଆଧ୍ୟାତ୍ମିକ ସୃଜନଶୀଳତା କିପରି ସାମ୍ୟବାଦ, ନାରୀ ଶସକ୍ତିକରଣ, ଅର୍ଥନୈତିକ ବିକାଶ, ଜାତିଭେଦ ବିଲୋପ ବିଷୟରେ ବିସ୍ତୃତ ଆଲୋଚନା କରି ସମିତିର ଆବାହକ ଶଙ୍କର୍ଷଣ ପରିଡା ବର୍ତ୍ତମାନ ଓଡିଆକୁ ଗତିଶୀଳ କରିବାର ସମୟ ଆସି ପହଞ୍ଚିଛି ବୋଲି ନିଜର ମତ ଦେଇଥିଲେ। ଏହି ପରିପେକ୍ଷୀରେ ସେ କହିଥିଲେ ଯେ, ଓଡିଆ ଭାଷା ସଂଗ୍ରାମ ସମିତି ସହିତ ରାଜ୍ୟ ସରକାର ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେବା ସହ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଓଡିଆ ଭାଷା ନୀତି ପ୍ରଣୟନ ନିମନ୍ତେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାଷାନୀତି ଖସଡା ପ୍ରସ୍ତୁତ କରିବାକୁ ଦାୟିତ୍ୱ ଅର୍ପଣ କରିଛନ୍ତି । ଏହାସହ ବିଭାଗୀୟ ପ୍ରମୁଖ ଶାସନ ସଚିବମାନଙ୍କୁ ଓଡିଆକୁ ସରକାରୀ ଭାଷା ଭାବରେ କାର୍ଯ୍ୟକାରୀ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଖସଡା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଚଳିତମାସ ଶେଷ ସୁଦ୍ଧା ଦ୍ୱିତୀୟ ବୈଠକ ଡକାଯାଇ ସରକାରୀସ୍ତରରେ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାରୁ ଅଧିବେଶନରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ଅବସରରରେ ପ୍ରବସୀ ଓଡିଆଙ୍କ ଅନୁରୋଧ କ୍ରମେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ବିଷୟରେ ବିସ୍ତୃତ ବିବରଣୀ ଡଃ ସୁବ୍ରତ ପୃଷ୍ଟି ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡିଆଭାଷା ସଂଗ୍ରାମ ସମିତିର ଆବାହକ ଶଙ୍କର୍ଷଣ ପରିଡା ଏବଂ ଯୁଗ୍ମ ଆବାହକ ଡଃ ସୁବ୍ରତ କୁମାର ପୃଷ୍ଟିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

Related story