କୃଷି ସମ୍ପର୍କିତ ମୁଲତବୀ ନୋଟିସକୁ ନେଇ ଗୃହରେ ହୋହଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): : ବିଧାନସଭାରେ ମୁଲତବୀ ନୋଟିସକୁ ନେଇ ଭାଗ ନ ଛିଣ୍ଡିବାରୁ ଗୃହରେ ପ୍ରବଳ ପାଟିତୁଣ୍ଡ, ହୋ ହଲ୍ଲା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ଖୁବ୍ ହଟ୍ଟଗୋଳ କରିଛନ୍ତି। ଚାଷୀ ସମ୍ପର୍କରେ କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରଧାନମନ୍ତ୍ରୀ କୃଷିନିଧି ସମ୍ମାନ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବକୁ କାହିଁକି […]

bidhansava

Ranjit Kumar Jena
  • Published: Monday, 05 October 2020
  • , Updated: 05 October 2020, 04:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): : ବିଧାନସଭାରେ ମୁଲତବୀ ନୋଟିସକୁ ନେଇ ଭାଗ ନ ଛିଣ୍ଡିବାରୁ ଗୃହରେ ପ୍ରବଳ ପାଟିତୁଣ୍ଡ, ହୋ ହଲ୍ଲା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ଖୁବ୍ ହଟ୍ଟଗୋଳ କରିଛନ୍ତି। ଚାଷୀ ସମ୍ପର୍କରେ କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ପ୍ରଧାନମନ୍ତ୍ରୀ କୃଷିନିଧି ସମ୍ମାନ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବକୁ କାହିଁକି ଗ୍ରହଣ କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହାର ମଧ୍ୟ ଜବାବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମନ୍ତ୍ରୀ କହିଥିଲେ, ଚାରି, ଦୁଇ ଅନୁପାତରେ ମୁଲତବୀ ପ୍ରସ୍ତାବ ଦେବା ଲାଗି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ବିଜେପିର ୨ଟି ମୁଲତବୀ ପ୍ରସ୍ତାବ ପରେ କଂଗ୍ରେସର ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା।

ଏହାପରେ ମୁଲତବୀ ନୋଟିସ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ତେବେ ଏଥିରେ ଅସନ୍ତୋଷ ପ୍ରକାଶ କରି ବିଜେପି କକ୍ଷତ୍ୟାଗ କରିଥିଲା। ସେପଟେ ନୋଟିସ ଉପରେ ଆଲୋଚନା ବେଳେ କୃଷି ଆଇନକୁ ନେଇ ବିଜେଡି ଓ ବିଜେପିକୁ ଶାଣିତ ସମାଲୋଚନା କରିଥିଲା କଂଗ୍ରେସ। ଅନ୍ୟପକ୍ଷରେ ମୁଲତବୀ ନୋଟିସର ଜବାବ ରଖିଥିଲେ କୃଷି ମନ୍ତ୍ରୀ।

Related story