ଦିନକ ପରେ ବିଧାନସଭା: ଆସନ୍ତାକାଲି ରଣନୀତି ଚୂଡ଼ାନ୍ତ କରିବେ ଶାସକ-ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪୦ଦିନିଆ ଅଧିବେଶନ ନିମନ୍ତେ ଆସନ୍ତାକାଲି ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ କରିବେ। କୋଭିଡ୍ ଗାଇଡଲାଇନ୍ ପାଳନ କରି ଚାଲିବାକୁ ଥିବା ବିଧାନସଭାର ଏହି ଅଧିବେଶନରେ ପ୍ରଶ୍ନକାଳ ହେବ ନାହିଁ ଓ ଗୃହ କାର୍ଯ୍ୟ ଦୈନିକ ମାତ୍ର ସାଢେ଼ ୪ଘଣ୍ଟା ଚାଲିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ […]

Odisha-assembly-1

Tapas Behera
  • Published: Wednesday, 18 November 2020
  • , Updated: 18 November 2020, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪୦ଦିନିଆ ଅଧିବେଶନ ନିମନ୍ତେ ଆସନ୍ତାକାଲି ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜର ରଣନୀତିକୁ ଚୂଡ଼ାନ୍ତ କରିବେ। କୋଭିଡ୍ ଗାଇଡଲାଇନ୍ ପାଳନ କରି ଚାଲିବାକୁ ଥିବା ବିଧାନସଭାର ଏହି ଅଧିବେଶନରେ ପ୍ରଶ୍ନକାଳ ହେବ ନାହିଁ ଓ ଗୃହ କାର୍ଯ୍ୟ ଦୈନିକ ମାତ୍ର ସାଢେ଼ ୪ଘଣ୍ଟା ଚାଲିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭା ପରିସରରେ ଆସନ୍ତାକାଲି ସନ୍ଧ୍ୟା ୬ଟା ୧୫ମିନିଟରେ ବସିବ। ଅଧିବେଶନର ଅବଧି ବେଶୀଦିନ ରହିଥିବାରୁ ଶାସକ ଦଳ ପକ୍ଷରୁ ଓଡ଼ିଶାର ବିଭିନ୍ନ ଦାବିକୁ କେନ୍ଦ୍ର ସରକାର କରିଥିବା ଅଣଦେଖାକୁ ଗୃହରେ ପ୍ରସଙ୍ଗ କରାଯିବାର ସମ୍ଭାବନା ରହିଛି। ମହାନଦୀ ଜଳବିବାଦର ସମାଧାନରେ ବିଳମ୍ବ, କେନ୍ଦ୍ର କୃଷି ବିଲ ଓ ନୂଆ ଶିକ୍ଷା ନୀତି , ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ପରିମାଣ ହ୍ରାସ, ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଆଦି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ଗୃହରେ ସ୍ୱର ଉତ୍ତୋଳନ କରିବାର ସମ୍ଭାବନା ରହିଛି।

ସେହିପରି ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ଆସନ୍ତାକାଲି ଦିନ ୧୨ଟାରେ ବସିବ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗୃହରେ କେଉଁସବୁ ପ୍ରସଙ୍ଗ ଉତଥାପନ କରାଯିବ ତାହା ଉପରେ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ କରାଯିବ। ଏଥିପାଇଁ ଆବଶ୍ୟକ ରଣନୀତି ମଧ୍ୟ ଦଳ ପ୍ରସ୍ତୁତ କରିବ। ସୀମାବିବାଦ, ବିଜୁଳି ଦର ବୃଦ୍ଧି, ଚାଷୀଙ୍କ ପ୍ରସଙ୍ଗକୁ ବିଜେପି ଅଧିକ ଗୁରୁତ୍ୱ ଦେବ। ନିଶ୍ଚିତ ଭାବେ ବିରୋଧୀ ଦଳ ପାଖରେ ରାଜ୍ୟ ସ୍ୱାର୍ଥସହ ଜଡ଼ିତ ଅନେକ ପ୍ରସଙ୍ଗ ରହିଛି ଯାହା ମାଧ୍ୟମରେ ସରକାରଙ୍କୁ ଜବାବ ମଗାଯିବ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁÂିତ ହେବ। ଦଳର ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ ହେବ। ବିଭିନ୍ନ ପ୍ରସଙ୍ଗ ଅଛି, ଦଳର ବିଧାୟକମାନେ ଗୃହରେ ଉଠାଇବେ। ବେକାରୀ ସମସ୍ୟା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ଧାନକିଣାରେ ଅବ୍ୟବସ୍ଥା ଆଦିକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ। ପ୍ରଶ୍ନକାଳ ନରହିବାକୁ କଂଗ୍ରେସ ଦୃଢ଼ ବିରୋଧ କରୁଛି ବୋଲି ସେ କହିଛନ୍ତି।

 

Related story