ଆଠଗଡ଼: ହାତୀ ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଏନ୍‌ଏଚ୍‌ ଅବରୋଧ

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଉଳ ପହିଲାବର ରାସ୍ତାରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟିକମ ସାହୁ। ତାଙ୍କ ଘର ଶଶାଙ୍ଗ ଗାଁରେ। ଟିକମ ବଉଳ ଛକରେ ଥିବା ତାଙ୍କ ଦୋକାନ ଖୋଲିବାକୁ ଆସୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ିବା ସହିତ ତାଙ୍କ ମୁଣ୍ଡକୁ ଗୋଡ଼ରେ ଚାପି ଦେଇଥିଲା। ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ […]

athagarh1

Rakesh Mallick
  • Published: Thursday, 27 October 2016
  • , Updated: 28 October 2016, 09:01 AM IST

ଆଠଗଡ଼: କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବଉଳ ପହିଲାବର ରାସ୍ତାରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଟିକମ ସାହୁ। ତାଙ୍କ ଘର ଶଶାଙ୍ଗ ଗାଁରେ।

ଟିକମ ବଉଳ ଛକରେ ଥିବା ତାଙ୍କ ଦୋକାନ ଖୋଲିବାକୁ ଆସୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଧରି ତଳେ କଚାଡ଼ିବା ସହିତ ତାଙ୍କ ମୁଣ୍ଡକୁ ଗୋଡ଼ରେ ଚାପି ଦେଇଥିଲା।

ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗାଁଲୋକେ ବଉଳ ଛକଠାରେ ଜାତୀୟ ରାଜପଥ ୫୫କୁ ଅବରୋଧ କରିଥିଲେ। ଫଳରେ ଶହ ଶହ ଗାଡ଼ିମଟର ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଗୁରୁଡ଼ିଝାଟିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା।

Related story