ଆଠମଲ୍ଲିକ: ଉପକାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଲେ ବାସୁଦେବପୁରର ନିତ୍ୟାନନ୍ଦ ନାୟକ।  ଜେଲରେ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଜେଲ ଅଧିକ୍ଷକଙ୍କ ନିଲମ୍ୱନ ଓ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଜେଲ୍ ଆଗରେ ଧାରଣା ଦେଇଛନ୍ତି। ଘଟଣା ସମ୍ପର୍କରେ […]

angol

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 12:11 PM IST

ଅନୁଗୋଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ହେଲେ ବାସୁଦେବପୁରର ନିତ୍ୟାନନ୍ଦ ନାୟକ।  ଜେଲରେ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଜେଲ ଅଧିକ୍ଷକଙ୍କ ନିଲମ୍ୱନ ଓ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଜେଲ୍ ଆଗରେ ଧାରଣା ଦେଇଛନ୍ତି।

ଘଟଣା ସମ୍ପର୍କରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରାଙ୍କୁ ପଚରାଯିବାରେ ସେ କହିଛନ୍ତି, କଏଦୀ ଜଣଙ୍କ ଜେଲରେ କି ଡାକ୍ତରଖାନାରେ ମରିଛନ୍ତି ତାହାର ତଦନ୍ତ କରାଯାଉଛି। ଏହାସହ ତାଙ୍କ ପରିବାର ଲୋକେ ଆଣିଥିବା ନିର୍ଯାତନା ଅଭିଯୋଗର ମଧ୍ୟ ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ। ମୃତକଙ୍କ ପରିବାର ବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ କ୍ଷତିପୂରଣ ଯୋଗାଇ ଦିଆଯିବ।

Related story