ନିଜ ଫାଶରେ ଫସିଗଲେ, ଯୁବକଙ୍କୁ ଧରାଇଦେଲା ଏଟିମ, ଏବେ ଭିତରେ

କଟକ(ଓଡ଼ିଶା ରିପୋର୍ଟର):କଥାରେ ଅତି ବୁଦ୍ଧିରୁ କୁଆ… ଖାଏ। ଠିକ୍‌ ସେମିତି ଅତି ଚତୁର ବୁଦ୍ଧି କରି ଚିତା କାଟିବାକୁ ବସିଥିବା ଜଣେ ଯୁବକ ଶେଷରେ ନିଜ ଜାଲରେ ଫସିଯାଇଛି।  ଏଟିଏମରେ ନକଲି ନୋଟ ଡିପୋଜିଟ ଘଟଣାରେ ଆଜି ଜଣଙ୍କୁ ଗିରଫ କରିଛି କଟକ ମର୍କତନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସତ୍ୟଜିତ ପଣ୍ଡା । ଏଥିସହିତ ଡିପୋଜିଟ ହୋଇଥିବା ୫୩ ଟି ୨ହଜାର ନକଲି ନୋଟକୁ ମଧ୍ୟ ଜବତ କରିଛି ପୁଲିସ। ଏଥିସହିତ ଅଧିକ […]

67890

67890

Tapas Behera
  • Published: Wednesday, 22 January 2020
  • Updated: 22 January 2020, 06:36 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):କଥାରେ ଅତି ବୁଦ୍ଧିରୁ କୁଆ... ଖାଏ। ଠିକ୍‌ ସେମିତି ଅତି ଚତୁର ବୁଦ୍ଧି କରି ଚିତା କାଟିବାକୁ ବସିଥିବା ଜଣେ ଯୁବକ ଶେଷରେ ନିଜ ଜାଲରେ ଫସିଯାଇଛି।  ଏଟିଏମରେ ନକଲି ନୋଟ ଡିପୋଜିଟ ଘଟଣାରେ ଆଜି ଜଣଙ୍କୁ ଗିରଫ କରିଛି କଟକ ମର୍କତନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସତ୍ୟଜିତ ପଣ୍ଡା । ଏଥିସହିତ ଡିପୋଜିଟ ହୋଇଥିବା ୫୩ ଟି ୨ହଜାର ନକଲି ନୋଟକୁ ମଧ୍ୟ ଜବତ କରିଛି ପୁଲିସ। ଏଥିସହିତ ଅଧିକ ଖୋଲତାଡ ମଧ୍ୟ ଜାରି ରଖିଛି । ପୁଲିସ ସୁତ୍ରରୁ ମିଲିଥିବା ସୂଚନା ମୁତାବକ କଟକ ମର୍କତନଗର ଥାନା ଅଞ୍ଚଳରେ ସତ୍ୟଜିତ ପଣ୍ଡା ଗତ ୧୭ ତାରିଖ ଦିନ ୧ଲକ୍ଷ୬ହଜାର ଟଙ୍କାର ୫୩ଟି ୨ ହଜାର ଟଙ୍କାର ନୋଟ ଏଟିଏମ କାଉଁଟରରେ ଡିପୋଜିଟ କରିଥିଲେ । ଏହି ସମସ୍ତ ଟଙ୍କା ଡିପୋଜିଟ କରିବା ପରେ ଏକାଣ୍ଟକୁ ଟଙ୍କା ନ ଆସିବାରୁ ସତ୍ୟଜିତ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଅଭିଯୋଗ ଦାଖଲ କରିଥିଲେ । ଏହି ଅଭିଯୋଗର ଅନୁଧ୍ୟାନ କରିବା ଲାଗି ବ୍ୟାଙ୍କର ଏକ ଟିମ ଏଟିଏମ କାଉଁଣ୍ଟର ଯାଇଁ ଯାଞ୍ଚ କରିଥିଲେ ।

ଏହି ଯାଞ୍ଚ ସମୟରେ ଏଟିଏମ ବକ୍ସ ଭିତରେ ୫୩ଟି ୨ହଜାର ନୋଟ ଥିବା ଦେଖିବାକୁ ପାଇଥିଲେ । ଏହି ସମସ୍ତ ନୋଟ ବ୍ୟାଙ୍କକୁ ଅଣାଯାଇ ପୁଣିଥରେ ଯାଞ୍ଚ କରିବା ପରେ ସମସ୍ତ ୫୩ଟି ନୋଟ ନକଲି ଜଣାପଡିଥିଲା । ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସଂଙ୍ଗେ ସଂଙ୍ଗେ ମର୍କତନଗର ଥାନା ପୁଲିସକୁ ଅବଗତ କରିଥିଲେ । ଏହାପରେ ପୁଲିସର ଏକ ଟିମ ବ୍ୟାଙ୍କ ଯାଇ ଛାନବିନ ଆରମ୍ଭ କରିଥିଲେ । ଏଟିଏମ କୁ ଡିପୋଜିଟ କରିବାକୁ ଆସିଥିବା ସତ୍ୟଜିତକୁ ଚିହ୍ନଟ କରିବା ପରେ ପୁଲିସ କାବୁ କରିଥିଲା ।

ଏଥିସହିତ ଏହି ସମସ୍ତ ନୋଟ କେଉଁଠାରୁ ଓ କାହା ପାଖରୁ ଆଣିଲେ ସେ ବାବଦରେ ମଧ୍ୟ ପଚରା ଉଚରା କରିଛି । ଏହି ପଚରା ଉଚରା ସମୟରେ ଅଧିକ କିଛି ତଥ୍ୟ ପୋଲିସକୁ ମିଲିଥିବା ମଧ୍ୟ ଜଣାପଡିଛି । ଏଥିରେ ରାଜ୍ୟ ତଥା ଦେଶ ବାହାରର କିଛି ଲୋକଙ୍କ ସଂମ୍ପୃକ୍ତି ରହିଥିବା ସୂଚନା ମିଲିଛି । ତେବେ ଏହାର ସତ୍ୟତା କୁ ନେଇ ପୁଲିସ ଛାନଭିନ ଏବେ ବି ଜାରି ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos