ଟର୍ଚ୍ଚ ଲାଇଟ୍ରେ ଟ୍ରାନଜାକ୍ସନ: ଅନ୍ଧାରରେ ଏଟିଏମ୍
- Published: Wednesday, 08 November 2017
- , Updated: 08 November 2017, 08:19 PM IST
<p>ବାରିପଦା (ଓଡ଼ିଶା ରିପୋର୍ଟର): ନିଜ ନିଜର ଗ୍ରାହକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା ପହଞ୍ଚାବାକୁ ସମସ୍ତ ବ୍ୟାଙ୍କ ଏଟିଏମ୍‌ ଖୋଲୁଛନ୍ତି। ଆଜିକାଲି ଗଳିକନ୍ଦିରେ ଏକାଧିକ ଏଟିଏମ୍‌ ଦେଖିବାକୁ ମିଳୁଛି। ଖାସକରି ସବୁ ଅଞ୍ଚଳରେ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ରହିଛି। ହେଲେ ଏହାର କେତେ ରକ୍ଷଣାବେକ୍ଷଣ କରାଯାଉଛି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ରେ। ଏଠାରେ ବିଦ୍ୟୁତ୍‌ ସଂଯୋଗ କଟିଯାଇଥିବାରୁ ଗ୍ରାହକଙ୍କୁ ଟର୍ଚ୍ଚ ମାରି ଟଙ୍କା ଉଠାବାକୁ ପଡୁଛି।</p>
<p>ଅଭିଯୋଗ ଅନୁସାରେ ଏହି ଏଟିଏମ୍‌ରେ ପ୍ରାୟ ୧୫ ଦିନ ହେବ ବିଦ୍ୟୁତ୍‌ ସଂଯୋଗ କଟିଯାଇଛି। ଉଦଳା କଲେଜର ମୁଖ୍ୟରାସ୍ତାରେ ଏଟିମ୍‌ଟି ଥିବାରୁ ପ୍ରାୟ ସବୁ ବେଳେ ଗହଳିଚହଳି ଲାଗି ରହିଥାଏ। ୧୫ ଦିନ ବିତି ଯାଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବିଦ୍ୟୁତ୍‌ ସଂଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ହେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>