ବିଦ୍ୟୁତ୍‌ କାଟ ଯୋଗୁ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର ): ବିଦ୍ୟୁତ୍‌ କାଟକୁ କେନ୍ଦ୍ର କରି ବିଦ୍ୟୁତ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୬ଜଣ ବିଦ୍ୟୁତ୍‌ କର୍ମଚାରୀ ଆହତ ହୋଇଛନ୍ତି।  ଏଭଲି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ବିଦ୍ୟୁତ୍ କର୍ମଚାରୀମାନେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଫୁଲା଼ଡ଼ି ଷ୍ଟ୍ରକଚରରେ ବିଦ୍ୟୁତ୍‌ କର୍ମଚାରୀମାନେ କିଛି ସମୟ ବିଜୁଳି କାଟ କରି  ଟ୍ରାନ୍ସଫର ମରାମତି କରୁଥିଲେ । ଏହି ସମୟରେ କଣ୍ଟାବଣିଆ ସମେତ ଆଉ କିଛି […]

bls-2

Tapaswini Nayak
  • Published: Monday, 21 September 2020
  • , Updated: 21 September 2020, 02:25 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର ): ବିଦ୍ୟୁତ୍‌ କାଟକୁ କେନ୍ଦ୍ର କରି ବିଦ୍ୟୁତ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୬ଜଣ ବିଦ୍ୟୁତ୍‌ କର୍ମଚାରୀ ଆହତ ହୋଇଛନ୍ତି।  ଏଭଲି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ବିଦ୍ୟୁତ୍ କର୍ମଚାରୀମାନେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଫୁଲା଼ଡ଼ି ଷ୍ଟ୍ରକଚରରେ ବିଦ୍ୟୁତ୍‌ କର୍ମଚାରୀମାନେ କିଛି ସମୟ ବିଜୁଳି କାଟ କରି  ଟ୍ରାନ୍ସଫର ମରାମତି କରୁଥିଲେ । ଏହି ସମୟରେ କଣ୍ଟାବଣିଆ ସମେତ ଆଉ କିଛି ଅଞ୍ଚଳକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଯୋଗୁ  କିଛି ଲୋକ ଫୋନ୍ କରି ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ। ଏହାର କିଛି ସମୟ ପରେ ଘଟଣାସ୍ଥଳରେ ପହଞ୍ଚି ଠେଙ୍ଗା, ଲୁହା ରଡ୍, ପଥରରେ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ଧରିଥିବା ଦୃଶ୍ୟ ମଧ୍ୟ କଏଦ ହୋଇଛି। ଏନେଇ ବିଦ୍ୟୁତ୍ କର୍ମଚାରୀମାନେ ସହଦେବଖୁଣ୍ଟା ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି।

 

Related story