ମୁଣ୍ଡ ଭିତରେ ଖଣ୍ଡା ପସିଗଲା, ସ୍କୁଟିରେ ବସି ପହଞ୍ଚିଲେ ଡାକ୍ତରଖାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ବୃତ୍ତ ଚୋଟ ମାରୁଥିଲା। ଖଣ୍ଡା ମୁଣ୍ଡ ଚିରି ଭିତରେ ରହିଗଲା। ମୁଣ୍ଡରେ ଖଣ୍ଡା ଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ନିଜ ପ୍ରାଣ ବଞ୍ଚାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ବାଲିଘାଟ ଅକ୍ତିଆରକୁ ନେଇ ଏହି ରକ୍ତ ନଦୀ ବୋହିଛି। ଦୁର୍ବୃତ୍ତର ଖଣ୍ଡା ଚୋଟରେ ବାଲିପାଟଣା ଥାନା ଝିଣ୍ଟିଶାସନ ଗ୍ରାମର ସୁଧାକର ଜେନା ଗୁରୁତର ହୋଇଛନ୍ତି।

ସୋମବାର ସକାଳୁ ୪ ଜଣ ଯୁବକ ୨ଟି ବୁଲେଟରେ ଆସି ସୁଧାକରଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଚୋଟ ମାରିଥିଲେ। ଖଣ୍ଡା ଚୋଟରେ ସୁଧାକରଙ୍କ ମୁଣ୍ଡରେ ଖଣ୍ଡାଟି ରହିଯାଇଥିଲା। ଆକ୍ରମଣ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେପଟେ ଗୁରୁତର ସୁଧାକରଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତୁରନ୍ତ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାର ଅନୁସନ୍ଧାନ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।