ସମ୍ବଲପୁରକୁ ପଲିଥିନ୍ ମୁକ୍ତ କରିବା ପାଇଁ ଉଦ୍ୟମ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରରେ ପଲିଥିନ୍ ବ୍ୟବହାର ବନ୍ଦ ନେଇ ଜନସଚେତନତା ସୃଷ୍ଟି କରିବାକୁ ମହାନଗର ନିଗମ ପକ୍ଷରୁ ନିଆରା ଉଦ୍ୟମ କରାଯାଇଛି। ମହାନଦୀ ପଠା ରିଙ୍ଗ୍ ରୋଡରେ ରାହାଗିରି ଦିବସ ପାଳନ ଅବସରରେ ପଲିଥିନ୍ ମୁକ୍ତ ପରିବେଶ ନେଇ ଲୋକଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ନାଚ,ଗୀତ, ପଥପ୍ରାନ୍ତ ନାଟକ, ମୁରୁଜ ଓ ମାର୍ଶାଲ ଆର୍ଟ ମାଧ୍ୟମରେ ସଚେତନତା କରାଯାଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ବେଶ୍ ଭିଡ଼ ଜମିଥିଲା। ଏହାସହିତ ବିଭିନ୍ନ ପ୍ରକାର […]

smb9

Tapaswini Nayak
  • Published: Monday, 16 December 2019
  • , Updated: 16 December 2019, 02:42 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସହରରେ ପଲିଥିନ୍ ବ୍ୟବହାର ବନ୍ଦ ନେଇ ଜନସଚେତନତା ସୃଷ୍ଟି କରିବାକୁ ମହାନଗର ନିଗମ ପକ୍ଷରୁ ନିଆରା ଉଦ୍ୟମ କରାଯାଇଛି। ମହାନଦୀ ପଠା ରିଙ୍ଗ୍ ରୋଡରେ ରାହାଗିରି ଦିବସ ପାଳନ ଅବସରରେ ପଲିଥିନ୍ ମୁକ୍ତ ପରିବେଶ ନେଇ ଲୋକଙ୍କୁ ସଚେତନ କରାଯାଇଛି। ଏହି ଅବସରରେ ନାଚ,ଗୀତ, ପଥପ୍ରାନ୍ତ ନାଟକ, ମୁରୁଜ ଓ ମାର୍ଶାଲ ଆର୍ଟ ମାଧ୍ୟମରେ ସଚେତନତା କରାଯାଇଛି।
ଏହାକୁ ଦେଖିବା ପାଇଁ ଲୋକଙ୍କ ବେଶ୍ ଭିଡ଼ ଜମିଥିଲା। ଏହାସହିତ ବିଭିନ୍ନ ପ୍ରକାର ସଚେତନତାମୂଳକ ବ୍ୟାନର ବି ପ୍ରଦର୍ଶିତ ହୋଇଥିଲା। ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡ.ରାସେଶ୍ୱର ପାଣିଗ୍ରାହୀ ଓ ମହାନଗର କମିଶନର ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ।

Related story