ଖଲ୍ଲିକୋଟ:(ଓଡ଼ିଶା ରିପୋର୍ଟର): ଟ୍ୟୁସନରୁ ଫେରୁଥିବା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ରମ୍ଭା ଥାନା ଅଞ୍ଚଳରେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ରମ୍ଭା ଥାନାରେ ଅଭିଯୋଗ ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୧୪ ବର୍ଷୀୟ ସମ୍ପୃକ୍ତ ନାବବାଳିକା
ଗତ ୨୪ ତାରିଖରେ କୋଚିଂ କ୍ଲାସ ଶେଷ କରି ସକାଳେ ସାଇକଲେରେ ଫେରୁଥିଲେ । ତେବେ କଣ୍ଠାପଡ଼ା ଛକଠାରୁ ପାଲରୁ ରୋଡ଼ ପାର୍ଶ୍ୱରେ କରୁଣ ନାହାକ ନାମକ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ। ସେଠାରେ ସେ ତାଙ୍କୁ ଟଣା ଓଟରା କରିବା ସହ ଟେକି ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ।
ତେବେ ଝିଅର ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ। ପରେ ଅଭିଯୁକ୍ତ ଜଣକ ସେଠାରୁ ଖସି ଯାଇଥିଲେ।