ରୋଗୀଙ୍କୁ ଇଞ୍ଜେକ୍‌ସନ୍‌ ଦେଉଛନ୍ତି ଆଟେଣ୍ଡାଣ୍ଟ୍‌, ତଦନ୍ତ ନିର୍ଦ୍ଦେଶ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି  ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ଆଟେଣ୍ଡାଣ୍ଟ୍‌। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍‌ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର ସିଧାସଳଖ […]

dkl

dkl

Manoranjan Sial
  • Published: Wednesday, 04 December 2019
  • Updated: 04 December 2019, 11:04 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି  ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ଆଟେଣ୍ଡାଣ୍ଟ୍‌। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍‌ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର ସିଧାସଳଖ ଉତ୍ତର ବଦଳରେ ବୁଲେଇ ବଙ୍କେଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମନୋରମା ବେହେରା ନାମକ ଜଣେ ରୋଗୀ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ନର୍ସ ଇଞ୍ଜେକସନ୍‌ ଦେବା ପରିବର୍ତ୍ତେ ଆଟେଣ୍ଡାଣ୍ଟ୍‌ ଦେଇଥିଲେ। ଆଉ ଏହି ସମୟରେ ୱାର୍ଡ ଭିତରେ ନର୍ସ ଟହଲ ମାରୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ଏହି ଘଟଣା ନିର୍ଦ୍ଦିଷ୍ଟ କେଉଁଦିନ ଘଟିଛି, ତାହା ଜଣାପଡ଼ିନି। ତଥାପି ଆଜକୁ ୨ରୁ ୩ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି।

ରୋଗୀଙ୍କୁ ଆଟେଣ୍ଡାଣ୍ଟ୍‌ ଇଞ୍ଜେକ୍‌ସନ୍‌ ଦେବାର ଭିଡିଓ ଭାଇରାଲ୍‌ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସଙ୍କଳ୍ପ କେଶରୀ ଭୋଳ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାର ତଦନ୍ତ ହେବ। ଷ୍ଟାଫ୍‌ନର୍ସ ହିଁ ଇଞ୍ଜେକ୍‌ସନ ଦେବାକଥା।

ସେ କହିଛନ୍ତି-“ମେଡିକାଲରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ୧୩୦ ସ୍ଥାନରେ ମାତ୍ର ୩୦ ଜଣ କାମ କରୁଛନ୍ତି। ୫୬ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୨୮ ଜଣ କାର୍ଯ୍ୟରତ ଅଛନ୍ତି। ସେଥିପାଇଁ ସମସ୍ତଙ୍କ ଉପରେ କାମ ଚାପ ରହୁଛି। ସେଥିରେ ଆମେ ମ୍ୟାନେଜ କରୁଛୁ। ତେବେ ଷ୍ଟାଫ୍‌ନର୍ସଙ୍କୁ ଅଟେଣ୍ଡାଣ୍ଟ୍‌ ସାହାଯ୍ୟ କରିବା କଥା। କିନ୍ତୁ ରୋଗୀଙ୍କୁ ଅଟେଣ୍ଡାଣ୍ଟ୍‌ ଇଞ୍ଜେକ୍‌ସନ୍‌ ଦେବା କଥା ନୁହେଁ। ତେବେ ଅନେକ ସମୟରେ ଦେଖିବାକୁ ମିଳିଛି ବହୁ ଅଟେଣ୍ଡାଣ୍ଟ୍‌ ଡ୍ରେସିଂ ଓ ଇଞ୍ଜେକସନ୍‌ ଦେବାରେ ଟ୍ରେଣ୍ଡ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos