ଆୟୁଷ୍ମାନ ଭାରତକୁ ନେଇ ତୁଟୁନି କେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆୟୁଷ୍ମାନ ଭାରତକୁ ନେଇ ତୁଟୁନି କେଁ । ରାଜ୍ୟରେ ଆୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣ ପ୍ରସ୍ତାବ ଆଗକୁ ବଢିଥିଲେ ବି ବାଧକ ସାଜିଛି ପରିଚୟ ପତ୍ର।  ଯୋଜନା ଅନ୍ତର୍ଗତ ସରକାରୀ ମେଡିକାଲରେ ପରିଚୟ ପତ୍ର ବାଧ୍ୟତାମୂଳକ ନେଇ ଆୟୁଷ୍ମାନ ଭାରତରେ ଥିବା ସର୍ତ୍ତ ବଦଳାଇବା ସହ ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାରକୁ ଚିକିତ୍ସା ସୁବିଧା ଦେବା ଲାଗି ଅଡି ବସିଛନ୍ତି ସରକାର। ଗୋଟିଏ ପଟେ ଆୟୁଷ୍ମାନ ଭାରତ […]

n-54321

n-54321

Tapas Behera
  • Published: Monday, 06 January 2020
  • Updated: 06 January 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆୟୁଷ୍ମାନ ଭାରତକୁ ନେଇ ତୁଟୁନି କେଁ । ରାଜ୍ୟରେ ଆୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣ ପ୍ରସ୍ତାବ ଆଗକୁ ବଢିଥିଲେ ବି ବାଧକ ସାଜିଛି ପରିଚୟ ପତ୍ର।  ଯୋଜନା ଅନ୍ତର୍ଗତ ସରକାରୀ ମେଡିକାଲରେ ପରିଚୟ ପତ୍ର ବାଧ୍ୟତାମୂଳକ ନେଇ ଆୟୁଷ୍ମାନ ଭାରତରେ ଥିବା ସର୍ତ୍ତ ବଦଳାଇବା ସହ ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାରକୁ ଚିକିତ୍ସା ସୁବିଧା ଦେବା ଲାଗି ଅଡି ବସିଛନ୍ତି ସରକାର। ଗୋଟିଏ ପଟେ ଆୟୁଷ୍ମାନ ଭାରତ ଲାଗୁ ନେଇ କେନ୍ଦ୍ର, ବାରମ୍ବାର ରାଜ୍ୟକୁ ଅନୁରୋଧ କରୁଥିବା ବେଳେ ରାଜ୍ୟ ସରକାର ପୁଣି ଥରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛନ୍ତି।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅପିଲ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ,  ପେଟ୍ରୋଲିୟମ୍ ମନ୍ତ୍ରୀ ମଧ୍ୟ ଏଥିପାଇଁ ଅନୁରୋଧ କରିଛନ୍ତି। ଯୋଜନା ଲାଗୁ ନେଇ ନିର୍ବାଚନ ପରେ ବାରମ୍ବାର ବୈଠକ ବି ବସିଛି । ଏହା ଭିତରେ ଆୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKYର ମିଶ୍ରଣ ପ୍ରସ୍ତାବ ଆଗକୁ ବଢିଥିଲେ ବି ବାଧକ ସାଜିଛି ରାଜ୍ୟ ସରକାରଙ୍କ ସର୍ତ୍ତ । ସରକାରୀ ହସପିଟାଲରେ ଚିକିତ୍ସା ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ନକରିବାକୁ ରାଜ୍ୟ ଦାବି କରିଛି। ତାସହ ଆୟୁଷ୍ମାନ ଭାରତରେ ରାଜ୍ୟର ୬୨ ଲକ୍ଷ ପରିବାରକୁ ନେବ ବୋଲି କେନ୍ଦ୍ର କହୁଥିବା ବେଳେ BSKY ଭଳି ଘରୋଇ ହସ୍ପିଟାଲରେ ୭୦ ଲକ୍ଷ ପରିବାର ଓ ସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ଅଡି ବସିଛି । ହେଲେ କେନ୍ଦ୍ର ଏ ସଂପର୍କରେ ଏଯାଏଁ ନିଷ୍ପତ୍ତି ନେଇନାହିଁ ଏବେ ଏହାକୁ ନେଇ ପୁଣି କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଅଯଥା ବିବାଦ ନକରି ଆୟୁଷ୍ମାନ ଭାରତକୁ ଲାଗୁ କରନ୍ତୁ।

କେନ୍ଦ୍ର-ରାଜ୍ୟ ମଧ୍ୟରେ ଏଭଳି ପ୍ରସ୍ତାବ ଦିଆନିଆକୁ ପିସିସି ସଭାପତି ସମାଲୋଚନା କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

ସାଧାରଣ ନିର୍ବାଚନ ପୂର୍ବରୁ ଆୟୁଷ୍ମାନ ଭାରତ ଓ ପିଏମ୍‌ କିଷାନ ଲାଗୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିଲା।  ନିର୍ବାଚନ ପରେ ବିଜେପି-ବିଜେଡି ସଂପର୍କ ମଧୁର ହୋଇଛି। ଆଉ ପିଏମ୍-କିଷାନ ଉପରେ ନାଉ ହୋଇଛି କାଳିଆ। ଏବେ ଅପେକ୍ଷା ଆୟୁଷ୍ମାନ ସହ କେବେ ଓ କେଉଁ ସର୍ତ୍ତରେ ମିଶିବ BSKY।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos