ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗୁଡ଼ା ସ୍କୁଲ୍ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଚଢ଼ିଆପଦା ଗାଁର କାନ୍ଦ୍ରିଙ୍ଗା ମଲ୍ଲିକ। ସେହିପରି ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। […]

auto-accident-in-mohana

auto-accident-in-mohana

Manoranjan Sial
  • Published: Wednesday, 06 November 2019
  • Updated: 07 November 2019, 09:52 AM IST

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗୁଡ଼ା ସ୍କୁଲ୍ ନିକଟରେ ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଚଢ଼ିଆପଦା ଗାଁର କାନ୍ଦ୍ରିଙ୍ଗା ମଲ୍ଲିକ। ସେହିପରି ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଭାଲିଆଗୁଡ଼ା ଗାଁର କିଛି ଗର୍ଭବତୀ ମହିଳା ଓ ଶିଶୁ ଟିକା ନେବା ପାଇଁ ତଥା ଛତୁଆ ଆଣିବା ପାଇଁ ଏକ ଅଟୋରେ କେଶ୍ରା ଗାଁକୁ ଯାଉଥିଲେ। ଏହି ସମୟରେ ଭାଲିଆଗୁଡ଼ା ସ୍କୁଲ୍‌ ନିକଟସ୍ଥ ଘାଟି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାନ୍ଦ୍ରିଙ୍ଗା ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟମାନଙ୍କୁ ଚିକିତ୍ସା କରି ଛାଡ଼ି ଦିଆଯାଇଥିଲା।

ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା। ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos