ଜୟପୁର(ଟି.ଗୌରୀଶଙ୍କର): କୋରାପୁଟ୍ ଜିଲ୍ଲା ବୋରିଗୁମ୍ମା ବ୍ଲକ ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର ମଝିଆ ଛକରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଅଟୋକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବୋରିଗୁମ୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଓ ଆହତ ସମସ୍ତେ ଅଟୋରେ ଥିବା ଜଣାପଡ଼ିଛି। ମାତ୍ର ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।
ବସ୍ଟି ଉମରକୋଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବସ୍ଟି ଓଭରଟେକ୍ କରିବାକୁ ଯାଇ ଅଟୋଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚୁର୍ମାର ହୋଇଯାଛି। ଆଉ ବସ୍ର ସମ୍ମୁଖ ଭାଗ ଆଂଶିକ ଭାବେ ନଷ୍ଟ ହୋଇଯାଇଛି। ମାତ୍ର ଏପର୍ଯ୍ୟନ୍ତ ମୃତକ ଓ ଗୁରୁତର ଆହତଙ୍କ ପରିଚୟ ମିଳିପାରି ନାହିଁ।
ପରବର୍ତ୍ତୀ ଖବରକୁ ଅପେକ୍ଷା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।