ଚା’ ପିଆଇ ଲୁଟିନେଲା ଅଟୋ ଚାଳକ! ସଂଜ୍ଞାହୀନ ଅବସ୍ଥାରେ ପାହାଡ ତଳୁ ଉଦ୍ଧାର

ଭଞ୍ଜନଗର (ରାଜେଶ ପଣ୍ଡା): ଘରକୁ ଫେରୁଥିବା ବେଳେ ୩ ଜଣଙ୍କୁ ଚାହା ପିଆଇ ଲୁଟିନେଲେ ଅଟୋ ଚାଳକ। ପରେ ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ପାହାଡ ତଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସମୟରେ ଏପରି ଘଟଣା ଗଞ୍ଜମ ଜିଲ୍ଲାରେ ଘଟିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଜଗନ୍ନାଥପ୍ରସାଦ ବ୍ଲକ୍‌ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚକୁ ଗୌଡ଼ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ଗତକାଲି ସୁରତରୁ ଘରକୁ ଫେରୁଥିଲେ। […]

auto-driver-loot-3-passengers-in-ganjam

auto-driver-loot-3-passengers-in-ganjam

Manoranjan Sial
  • Published: Monday, 11 November 2019
  • Updated: 11 November 2019, 06:15 PM IST

Sports

Latest News

ଭଞ୍ଜନଗର (ରାଜେଶ ପଣ୍ଡା): ଘରକୁ ଫେରୁଥିବା ବେଳେ ୩ ଜଣଙ୍କୁ ଚାହା ପିଆଇ ଲୁଟିନେଲେ ଅଟୋ ଚାଳକ। ପରେ ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ପାହାଡ ତଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସମୟରେ ଏପରି ଘଟଣା ଗଞ୍ଜମ ଜିଲ୍ଲାରେ ଘଟିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଜଗନ୍ନାଥପ୍ରସାଦ ବ୍ଲକ୍‌ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚକୁ ଗୌଡ଼ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ଗତକାଲି ସୁରତରୁ ଘରକୁ ଫେରୁଥିଲେ। ସେମାନେ ରାତିରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ଭୁବନେଶ୍ୱରରୁ ନାଇଟ୍‌କୋଚ୍‌ ବସ୍‌ରେ ଘରକୁ ଫେରୁଥିଲେ। ରାତି ଅନିଦ୍ରା ହୋଇଥିବାରୁ ବସ୍‌ରେ ଶୋଇ ଯାଇଥିଲେ। ମାତ୍ର ଗଣ୍ଡାଧର ଗାଁ ପାଖରେ ଓହ୍ଲାଇ ପାରିନଥିଲେ।

ଭଞ୍ଜନଗରରେ ବସ୍‌ ପହଞ୍ଚିବା ପରେ ସେମାନଙ୍କ ନିଦ ଭାଙ୍ଗି ଥିଲା। ତେଣୁ ସେମାନେ ସେଇଠାରେ ଓହ୍ଲାଇ ଥିଲେ। ସେତେବେଳକୁ ରାତି ପ୍ରାୟ ୩ରୁ ୪ଟା ହେବ। ଗାଁକୁ ଯିବା ପାଇଁ କୌଣସି ଗାଡ଼ି ନଥିଲା। ତେଣୁ ସେମାନେ ଷ୍ଟାଣ୍ଡରେ ବୁଲୁଥିଲେ। ଏହି ସେମାନଙ୍କର ଦେଖାହୁଏ ଜଣେ ଅଟୋବାଲା ସହିତ। ପରେ ସେହି ଅଟୋରେ ସେମାନେ ଘରକୁ ଫେରୁଥିଲେ। କିଛିବାଟ ଗଲା ପରେ ଚାଳକ ବେଲଗୁଣ୍ଠା ପାଖରେ ଏକ ଚା’ ଦୋକାନ ପାଖରେ ଅଟୋ ଅଟକାଇ ଥିଲେ। ଅଟୋ ଚାଳକ ଏମାନଙ୍କୁ ଚାହା ପିଇବାକୁ ଦେଇଥିଲେ। ଚାହା ପିଇବା ପରେ ଏମାନେ ସଜ୍ଞା ହରାଇଥିଲେ। ଏହାର ସୁଯୋଗ ନେଇ ଅଟୋ ଚାଳକ ସେମାନଙ୍କୁ ବଜ୍ରଗଡ଼ ପାହାଡ଼ ତଳେ ପକାଇ ଦେଇ ପାଖରେ ଥିବା ଟଙ୍କା, ମୋବାଇଲ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ନେଇ ଚମ୍ପଟ ପାରିଥିଲା।

ପାହାଡ଼ ତଳେ ଚନ୍ଦନ ନାୟକ, ଚକୁ ଗୌଡ଼ ଓ ବୁଲୁ ନାୟକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story