କଥା କହୁଛି କାନ୍ଥ, ଚିତ୍ରରେ ଝଟକୁଛି ଓଡ଼ିଶାର କଳା, ସଂସ୍କୃତି

ଯାଜପୁର (ଅଭୟ ପତି): ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର । କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର । କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥ ।  ଚିତ୍ରକଳାରେ ସ୍ୱଚ୍ଛତା ଓ ସେଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି। ଚିତ୍ରକରଙ୍କ ରଙ୍ଗ ତୁଳିରେ ପୂରା ବଦଳି ଯାଇଛି ବ୍ୟାସନଗର ସହରର ଚିତ୍ର । ସହରର ପ୍ରମୁଖ ସ୍ଥାନରେ ଥିବା ସରକାରୀ ଓ […]

wallpaint

Madhupriya Mistry
  • Published: Wednesday, 23 December 2020
  • , Updated: 23 December 2020, 09:05 AM IST

ଯାଜପୁର (ଅଭୟ ପତି): ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର । କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର । କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥ ।  ଚିତ୍ରକଳାରେ ସ୍ୱଚ୍ଛତା ଓ ସେଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଛି। ଚିତ୍ରକରଙ୍କ ରଙ୍ଗ ତୁଳିରେ ପୂରା ବଦଳି ଯାଇଛି ବ୍ୟାସନଗର ସହରର ଚିତ୍ର ।

ସହରର ପ୍ରମୁଖ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ପାଚେରୀରେ ଭଳିକି ଭଳି ଚିତ୍ର ଆଙ୍କିଛନ୍ତି ଚିତ୍ର ଶିଳ୍ପୀ । ଏହି ଛବି ସବୁ ଏବେ ସହରବାସୀ ଓ ପଥଚାରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି । ଯାଜପୁର ଜିଲ୍ଲାର ବ୍ୟାସନଗର ସହର ପୌର କର୍ତ୍ତୃପକ୍ଷଙ୍କ ଏହି ଉଦ୍ୟମକୁ ସହରବାସୀ ବେଶ ପ୍ରଶଂସା କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶ ପରେ ପୌର ପ୍ରଶାସନ ସୌନ୍ଦର୍ଯ୍ୟକରଣ ସହ ସ୍ୱଚ୍ଛତା ଉପରେ ଅଧିକ ଧ୍ୟାନ ଦେଇଛି । ବ୍ୟାସନଗର ସହରକୁ ସୁନ୍ଦର ଓ ସ୍ୱଚ୍ଛ ଭାବେ ଗଢ଼ି ତୋଳିବାକୁ ଏଭଳି ଉଦ୍ୟମ ଜାରି ରହିଥିବା ପୌର ନିର୍ବାହୀ ଅଧିକାରୀ କହିଛନ୍ତି । କେବଳ ସେତିକି ନୁହେଁ ସ୍ୱଚ୍ଛତା ଅନ କଲ୍ ଜରିଆରେ ସହରବାସୀଙ୍କ ପାଇଁ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଏହି ନମ୍ବର ଜରିଆରେ ସହରବାସୀ ନିଜ ନିଜ ଅଭିଯୋଗ ମଧ୍ୟ କରିପାରିବେ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।  ସେପଟେ ଦିନରାତି ପରିଶ୍ରମ କରି କରୋନା କାଳରେ ଜୀବିକା ହରାଇ ବସିଥିବା ଚିତ୍ରଶିଳ୍ପୀମାନ ଏହା ଜରିଆରେ ରୋଜଗାରର ନୂଆ ରାହା ପାଇ ବେଶ ଖୁସି ଅଛନ୍ତି ।

Related story