ବିଜେଡିର ‘ଆବାସ’ ରାଜନୀତି: ୩ ବର୍ଷରେ ମାତ୍ର ୩୩୦୯ଟି ବିଜୁ ପକ୍କାଘର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ଗରିବ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବାକୁ ନେଇ ବିଜେଡି ସରକାରର ଚାଲାକି ଧରାପଡ଼ିଯାଇଛି । ବିଜେଡି ସରକାରଙ୍କ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ପକ୍କାଘର’ରେ ୩ବର୍ଷରେ ମାତ୍ର ୩୩୦୯ଟି ଘର ଆବଣ୍ଟିତ ହୋଇଛି । ଗତ ୩ ବର୍ଷ ମଧ୍ୟରେ ୧୪ଟି ଜିଲ୍ଲାରେ ଗୋଟିଏ ବି ବିଜୁ ପକ୍କାଘର ଆବଣ୍ଟିତ ହୋଇନଥିବାବେଳେ କଟକ, କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଘର ଆବଣ୍ଟିତ ହୋଇଛି । […]

Biju PakkaGhara

Biju PakkaGhara

Ordigital Desk
  • Published: Tuesday, 29 March 2022
  • Updated: 29 March 2022, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ଗରିବ ହିତାଧିକାରୀଙ୍କୁ ଘର ଆବଣ୍ଟନ କରିବାକୁ ନେଇ ବିଜେଡି ସରକାରର ଚାଲାକି ଧରାପଡ଼ିଯାଇଛି । ବିଜେଡି ସରକାରଙ୍କ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନା ‘ବିଜୁ ପକ୍କାଘର’ରେ ୩ବର୍ଷରେ ମାତ୍ର ୩୩୦୯ଟି ଘର ଆବଣ୍ଟିତ ହୋଇଛି । ଗତ ୩ ବର୍ଷ ମଧ୍ୟରେ ୧୪ଟି ଜିଲ୍ଲାରେ ଗୋଟିଏ ବି ବିଜୁ ପକ୍କାଘର ଆବଣ୍ଟିତ ହୋଇନଥିବାବେଳେ କଟକ, କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଘର ଆବଣ୍ଟିତ ହୋଇଛି । ୨୦୨୦-୨୧ ମସିହାରେ ଗୋଟିଏ ବି ଘର ଏହି ଯୋଜନାରେ ରାଜ୍ୟରେ କାହାରିକୁ ଦିଆଯାଇନଥିବା ଜଣାପଡ଼ିଛି । ଏହାସହିତ ଗ୍ରାମାଂଚଳରେ ଘର ଯୋଗାଣକୁ ନେଇ ଶାସକ ବିଜେଡି କରୁଥିବା ରାଜନୀତି ପଦାରେ ପଡ଼ିଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଘର ଆବଣ୍ଟିତ ହେଉଥିବାବେଳେ ବିଜେଡି ସରକାର ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ବିଭିନ୍ନ ଫନ୍ଦିଫିକର ବାହାର କରିବାକୁ ପଛାଇ ନାହାନ୍ତି ।

ବିଧାନସଭାରେ ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ମୋଟ ୩୩୦୯ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଆବଣ୍ଟନ କରିଛନ୍ତି । ସେଥିରୁ ୨୦୨୨ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ୩୮୦ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ହୋଇଥିବାବେଳେ ୨୯୨୯ଟି ଘର ଅସମ୍ପୂର୍ଣ୍ଣ ରହିଛି । ଏହି ଘରଗୁଡ଼ିକୁ ଆସନ୍ତା ୨୦୨୨-୨୩ରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ରେ ୯୧୯ଟି ଘର ଓ ୨୦୨୧-୨୨ରେ ୨୩୯୦ଟି ଘର ଆବଣ୍ଟିତ ହୋଇଛି । ୧୪ଟି ଜିଲ୍ଲାକୁ ଗୋଟିଏ ବି ଘର ନଥିବାବେଳେ ୫ଟି ଜିଲ୍ଲାକୁ ଗୋଟିଏ ଲେଖାଏଁ ଘର ଏହି ଯୋଜନାରେ ଦିଆଯାଇଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨ ମାର୍ଚ୍ଚ ୯ତାରିଖ ସୁଦ୍ଧା ଓଡ଼ିଶାକୁ ମୋଟ ୧୯.୫୯ଲକ୍ଷ ଘର ଆବଣ୍ଟନ ହୋଇଥିବାବେଳେ ସେଥିରୁ ପ୍ରାୟ ୬୪% ଅର୍ଥାତ୍ ୧୨.୪୮ଲକ୍ଷ ଘର ନିର୍ମାଣ ଶେଷ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ୯୩୨୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜର ଅଂଶଧନ ରାଜ୍ୟ ଦେଉଥିବାରୁ ବିଜେଡି ସରକାର ଏହାର ଫାଇଦା ଉଠାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ବିଜୁ ପକ୍କାଘର ଯୋଜନାର ଲୋଗୋକୁ ମିଳିତ ଭାବେ ଗାଁ’ରେ ଲଗାଇ ସେଥିରୁ ରାଜନୀତିକ ଫାଇଦା ନେବାକୁ ପ୍ରୟାସ ଜାରି ରଖିଛନ୍ତି । ଯଦିଓ ବାସ୍ତବତା ଏବେ ପଦାରେ ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos