କୋଭିଡ୍ ମୁକାବିଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ। ସେନେଇ, […]

778---777

778---777

Tapaswini Nayak
  • Published: Wednesday, 08 April 2020
  • Updated: 08 April 2020, 02:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ। ସେନେଇ, ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ କରି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଷ୍ପତ୍ତି ନେବେ।

ଏଥିସହ ଚିଠିରେ ୧୬୨୦ ଆୟୁଷ ଡାକ୍ତର, ଡାକ୍ତରୀ ଛାତ୍ର ଆଦିଙ୍କୁ କୋଭିଡ୍ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos