ବାବୁସାନ ଶ୍ରେଷ୍ଠ ଅଭିନେତା ଓ ଏଲିନା ଶ୍ରେଷ୍ଠ ଅଭିନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ହୋଇଛି ଚଳିତବର୍ଷର ଓଡ଼ିଆ ଅଷ୍ଟମ ରୁଚି ଫିଲ୍ମ ଫେୟାର ଆୱାର୍ଡ। ସୁପରହିଟ୍ ଓଡ଼ିଆ ଫିଲ୍ମ ‘ହିରୋ ନମ୍ବର ୱାନ୍‌’ ପାଇଁ ବାବୁସାନଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି। ଏହାସହ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ଫିଲ୍ମ ‘ଅଭୟ’ ପାଇଁ ସମ୍ମାନିତ କରାଯାଇଛି। ଚଳିତବର୍ଷର ଶ୍ରେଷ୍ଠ ଫିଲ୍ମ, ଅଭିନେତା, ଅଭିନେତ୍ରୀ ଭଳି ୨୮ଟି ବିଭାଗରେ ଆୱାର୍ଡ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ […]

babushan

Rakesh Mallick
  • Published: Monday, 05 March 2018
  • , Updated: 05 March 2018, 03:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆୟୋଜିତ ହୋଇଛି ଚଳିତବର୍ଷର ଓଡ଼ିଆ ଅଷ୍ଟମ ରୁଚି ଫିଲ୍ମ ଫେୟାର ଆୱାର୍ଡ। ସୁପରହିଟ୍ ଓଡ଼ିଆ ଫିଲ୍ମ ‘ହିରୋ ନମ୍ବର ୱାନ୍‌’ ପାଇଁ ବାବୁସାନଙ୍କୁ ଚଳିତବର୍ଷର ଶ୍ରେଷ୍ଠ ଅଭିନେତା ସମ୍ମାନ ମିଳିଛି। ଏହାସହ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏଲିନା ସାମନ୍ତରାୟଙ୍କୁ ଫିଲ୍ମ ‘ଅଭୟ’ ପାଇଁ ସମ୍ମାନିତ କରାଯାଇଛି।

ଚଳିତବର୍ଷର ଶ୍ରେଷ୍ଠ ଫିଲ୍ମ, ଅଭିନେତା, ଅଭିନେତ୍ରୀ ଭଳି ୨୮ଟି ବିଭାଗରେ ଆୱାର୍ଡ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ହିନ୍ଦୀ ଫିଲ୍ମର ସୁପରହିଟ୍ ଅଭିନେତ୍ରୀ ରବିନା ଟଣ୍ଡନ ଏବଂ ମିସ୍ ଏସିଆ ସ୍ରିଷ୍ଟି ରାଣା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡ଼ିଆ ଫିଲ୍ମରେ ଉଲ୍ଲେଖନୀୟ ଅବଦାନ ପାଇଁ ଫିଲ୍ମ ଫେୟାର ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି। ଭେଟେରାନ୍ କଳାକାର ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ମିଳିଛି। ଶ୍ରେଷ୍ଠ ବହୁମୁଖୀ ପ୍ରତୀଭାବାନ ଅଭିନେତା ଭାବେ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ସମ୍ମାନ ମିଳିଛି। ଏହାସହ ତାପସ ସରଗରିଆଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଦେବୀଦତ୍ତ ମହାନ୍ତିଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ, ସଂଳାପ ପାଇଁ ଶକ୍ତି ବରାଳ ଓ ଶ୍ରେଷ୍ଠ ଗାୟକ ଭାବେ ସୌରିନ ଭଟ୍ଟଙ୍କୁ ପୁରସ୍କୃତ କରାଯାଇଛି।  ନବାଗତ ଅଭିନେତା ଓ ଅଭିନେତ୍ରୀ ଭାବେ ସ୍ୱରାଜ ଏବଂ ଭୂମିକାଙ୍କୁ ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଚଳିତ ଥର କେବଳ ତରଙ୍ଗ ସିନେ ପ୍ରଡକସନ୍‌ର ୪ଟି ଫିଲ୍ମକୁ ୧୨ଟି ବିଭାଗରେ ପୁରସ୍କାର ମିଳିଥିଲା।

Related story