ରାଜ୍ୟରେ ଜାତିଭିତ୍ତିକି ଜନଗଣନା ନେଇ କେନ୍ଦ୍ରକୁ ପ୍ରସ୍ତାବ ପରେ ତେଜିଲା ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତି ଭିତିକି ଜନଗଣନାକୁ ନେଇ କେନ୍ଦ୍ରକୋର୍ଟକୁ ବଲ ଫିଙ୍ଗଲା ରାଜ୍ୟ।  ପଛୁଆବର୍ଗକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଗୋଟି ଚାଳନା ପରେ ବଢିଛି ରାଜନୈତିକ ତାତି। ତେବେ ପ୍ରଶ୍ନ ,ରାଜ୍ୟ ପଠାଇଥିବା ସଂକଳ୍ପ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବେ ନା ଅନ୍ୟ ସଂକଳ୍ପ ଭଳି ଏହା ବି କେବଳ ପ୍ରସ୍ତାବରେ ରହିଯିବ ?  ସେପଟେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ପ୍ରସ୍ତାବକୁ  ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବିଚାର କରିବେ ବୋଲି […]

y-9865

y-9865

Tapas Behera
  • Published: Sunday, 12 January 2020
  • Updated: 12 January 2020, 08:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତି ଭିତିକି ଜନଗଣନାକୁ ନେଇ କେନ୍ଦ୍ରକୋର୍ଟକୁ ବଲ ଫିଙ୍ଗଲା ରାଜ୍ୟ।  ପଛୁଆବର୍ଗକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ଗୋଟି ଚାଳନା ପରେ ବଢିଛି ରାଜନୈତିକ ତାତି। ତେବେ ପ୍ରଶ୍ନ ,ରାଜ୍ୟ ପଠାଇଥିବା ସଂକଳ୍ପ ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିବେ ନା ଅନ୍ୟ ସଂକଳ୍ପ ଭଳି ଏହା ବି କେବଳ ପ୍ରସ୍ତାବରେ ରହିଯିବ ?  ସେପଟେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ପ୍ରସ୍ତାବକୁ  ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବିଚାର କରିବେ ବୋଲି କହିବା ସହ ମଣ୍ଡଳ କମିଶନର ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରୁନ ବୋଲି ପ୍ରଶ୍ନ କରିଛନ୍ତି। କଂଗ୍ରେସ ସରକାରଙ୍କ ପ୍ରସ୍ତାବକୁ ସମାଲୋଚନା କରିଛି।

ରାଜ୍ୟରେ କେତେ ଅଛନ୍ତି ପଛୁଆ ବର୍ଗ?  ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆଙ୍କ ସଂଖ୍ୟା କେତେଅ ? ୨୦୧୧ର ଏସଇସିସି ବା ଜାତିଭିତ୍ତି ଜନଗଣନାକୁ ଠିକ ନ ଥିବା କହି ଏଥର ସାଧାରଣ ଜନଗଣନା ବେଳେ ପଛୁଆ ବର୍ଗକୁ ଗଣତି କରିବାକୁ କେନ୍ଦ୍ର ପାଖରେ ଦାବି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ  କ୍ୟାବିନେଟରେ ପାରିତ ସଂକଳ୍ପ ପ୍ରସ୍ତାବ ଅନୁସାରେ ପଛୁଆ ବର୍ଗର ବିକାଶ ପାଇଁ ଜାତିଭିତ୍ତିକ ଜନଗଣନା ଆବଶ୍ୟକତା ରହିଛି । ୧୯୩୧ ପରେ ଏହା କରାଯାଇନି।  ଏଥର ଜନଗଣନାକୁ ବି ଜାତିଭିତ୍ତିରେ କରିବାର ବ୍ୟବସ୍ଥା ନାହିଁ।  ତେଣୁ ଏଥିପାଇଁ ନିର୍ଦ୍ଦିଷ୍ଟ  ସ୍ତମ୍ଭ ଓ ସ୍ୱତନ୍ତ୍ର ଫର୍ମାଟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ରାଜ୍ୟ ସରକାର ।  ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ବର୍ଷରେ ଜାତିଗଣନା କରିବାକୁ ପ୍ରସ୍ତାବ ଦେଇ ପଛୁଆବର୍ଗ କାର୍ଡ ଖେଳିଛନ୍ତି ରାଜ୍ୟ ସରକାର।

ମହାରାଷ୍ଟ୍ର ବିଧାନସଭାରେ ଜାତିଭିତ୍ତିକ ଜନଗଣନା ନେଇ ପ୍ରସ୍ତାବ ପାରିତ ହେବା ପରେ  ତରବରିଆ ଭାବେ ରାଜ୍ୟ ସରକାର କ୍ୟାବିନେଟ ବୈଠକ ଡାକି ସଂକଳ୍ପ ପାରିତ କଲେ। ହେଲେ ବୈଠକ ପରେ ମନ୍ତ୍ରୀଙ୍କ ସମ୍ବୋଧନ ଓ ପ୍ରେସ ରିଲଜରେ କେନ୍ଦ୍ରକୁ ସଂକଳ୍ପ ପଠାଇବା କଥା ଉଲ୍ଲେଖ ନ ଥିଲା। ତେବେ ପରବର୍ତ୍ତୀ ପ୍ରେସ  ରିଲଜରେ କେନ୍ଦ୍ରକୁ ପଠାଯିବା ନେଇ ଉଲ୍ଲେଖ କରାଗଲା । ଏଠି ପ୍ରଶ୍ନ ସରକାରଙ୍କ ମନକୁ କାହିଁକି ଆସିଲା ଜାତିଭିତ୍ତିକ ଜନଗଣନା କରିବାର ପ୍ରସ୍ତାବ ? ୨୦ ବର୍ଷ ଶାସନ ପରେ ପଛୁଆବର୍ଗର ବିକାଶ କଥା ମନେ ପଡିଲା କି ? ସେପଟେ ମଣ୍ଡଶଳ କମିଶନର ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରିନ ବୋଲି ପ୍ରଶ୍ନ କରି  ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୁଲାଇରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠ କଥା ଉଠାଇ ସରକାରଙ୍କ ଆନ୍ତରିକତା  ଉପରେ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ମଣ୍ଡଳ କମିଶନ କଥା କହି ନିଶାନା କରିଥିବା ବେଳେ କଂଗ୍ରେସ ବି ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରିଛି।

୨୦୧୧ରେ ହୋଇଥିବା ଜାତିଭିତ୍ତିକ ଜନଗଣନା ଅନୁସାରେ ଓଡିଶାର  ଗ୍ରାମାଞ୍ଚଳରେ ୧୫ଲକ୍ଷ ୬୪ ହଜାର ୪୪୭ ଅନୁସୂଚିତ ଜାତି ଓ ୨୦ଲକ୍ଷ ୭୩ ହଜାର ୭୯ ଜନଜାତି ପରିବାର ଅଛନ୍ତି।  ତେବେ ଏ ତଥ୍ୟ ଠିକ ନଥିବା କହି ଏଥର ଜାତିଭିତ୍ତିରେ ଗଣନା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story