‘ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ’

ବାସୁଦେବପୁର(କିରୀଟି ଦାସ): ‘ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି। ଆମ ପିଲା କେମିତି ଖାଇବେ। ସରକାର ଆସି ଚାଖନ୍ତୁ।’ ଆଜି ଏଭଳି ଉଦ୍‌ବେଗ ପ୍ରକାଶ କରି ବାସୁଦେବପୁର ପୌରପାଳିକା ରାଧାକାନ୍ତପୁର ଗାଁର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନକୁ ରାସ୍ତାରେ ଢାଳି ଦେଇଥିଲେ ଅଭିଭାବକମାନେ। ଅଭିଭାବକମାନେ କହିଥିଲେ, ଆଜି ଆସିଥିବା ଭାତ ଓ ତରକାରୀରୁ ଦୁର୍ଗନ୍ଧ ବାହାରୁଥିଲା। ଗତ ବୁଧବାର ଦିନ ଆସିଥିବା ମଧ୍ୟାହ୍ନ ଭୋଜନରୁ ପୋକ […]

MDM

MDM

Niranjan Mishra
  • Published: Friday, 22 July 2022
  • Updated: 22 July 2022, 05:52 PM IST

ବାସୁଦେବପୁର(କିରୀଟି ଦାସ): ‘ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି। ଆମ ପିଲା କେମିତି ଖାଇବେ। ସରକାର ଆସି ଚାଖନ୍ତୁ।’ ଆଜି ଏଭଳି ଉଦ୍‌ବେଗ ପ୍ରକାଶ କରି ବାସୁଦେବପୁର ପୌରପାଳିକା ରାଧାକାନ୍ତପୁର ଗାଁର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୨୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନକୁ ରାସ୍ତାରେ ଢାଳି ଦେଇଥିଲେ ଅଭିଭାବକମାନେ।

ଅଭିଭାବକମାନେ କହିଥିଲେ, ଆଜି ଆସିଥିବା ଭାତ ଓ ତରକାରୀରୁ ଦୁର୍ଗନ୍ଧ ବାହାରୁଥିଲା। ଗତ ବୁଧବାର ଦିନ ଆସିଥିବା ମଧ୍ୟାହ୍ନ ଭୋଜନରୁ ପୋକ ବାହାରିଥିଲା। ମଙ୍ଗଳବାର ଦିନ ଅସରପା ଗୋଡ଼ ବାହାରିଥିଲା। ପୂର୍ବ ଶନିବାର ଝିଟିପିଟି ଲାଞ୍ଚ ବାହାରିଥିଲା। ଆଜି ଆସିଥିବା ମଟର ତରକାରୀରେ ପଚା ଆଳୁ ପଡ଼ିଥିଲା। ସାର୍‌, ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସହିତ ଆମେ ବି ଚାଖିଲୁ। ବାସି ଭାତ ଓ ତରକାରୀ ଆସିଥିବା ଜାଣିବା ପରେ ସବୁ ଖାଦ୍ୟକୁ ରାସ୍ତାରେ ଢାଳି ଦେଲୁ।

ଅଭିଭାବକ ସୁମିତ୍ରା ମଣ୍ଡଳ କହିଛନ୍ତି, ଆମ ପିଲାମାନେ ବଦମାସୀ କରି ସ୍କୁଲ ମଧ୍ୟାହ୍ନ ଭୋଜନ ଭଲ ନୁହେଁ କହୁଥିବା ଆଶଙ୍କା କରି, ଆଜି ସ୍କୁଲରେ ପହଞ୍ଚି ଭାତ ଓ ତରକାରୀ ଦେଖିବା ସହ ଚାଖିଥିଲୁ। ଚାଖିଲା ପରେ ସେମାନଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଜଣାପଡ଼ିଥିଲା। ସରକାର ଯଦି ଭଲ ଖାଦ୍ୟ ଦେଉଛନ୍ତି, ତେବେ ପ୍ରତ୍ୟେକ ଦିନ ଆସି ଖାଦ୍ୟ ଖାଇକି ଦେଖନ୍ତୁ। ପିଲାମାନଙ୍କୁ କେଉଁ ଟାଇପ୍‌ର ଖାଦ୍ୟ ଦିଆଯାଉଛି ସରକାର ନିଜେ ଆସି ଦେଖନ୍ତୁ। ଯଦି ସ୍କୁଲରେ ଏଭଳି ଆମ୍ବିଳା ଓ ବାସି ଖାଦ୍ୟ ଦେବେ, ଆମର ପିଲାମାନେ ଖାଇବା ଦରକାର ନାହିଁ। ଦବାର ଅଛି ତ ଶୁଖିଲା ଖାଦ୍ୟ ଦିଅନ୍ତୁ। ସ୍କୁଲରେ ଆମେ ରୋଷେଇ କରି ଆମେ ପିଲାମାନଙ୍କୁ ଖାଇବାକୁ ଦବୁ। ନଚେତ କିଛି ବି ଦେବା ଦରକାର ନାହିଁ। ଆମେ ପିଲାମାନଙ୍କ ପାଇଁ ଘରୁ ଟିଫିନ୍ ଆଣି ଦେଇକି ଯିବୁ। ଘର ଖାଦ୍ୟ ଖାଇବେ। ସ୍କୁଲରେ ପାଠପଢ଼ି ସୁସ୍ଥରେ ଘରକୁ ଫେରିବେ। ଆଗକୁ ଏଭଳି ଖାଦ୍ୟ ଦେଲେ ଫେରାଇ ଦେବୁ, ନଚେତ୍ ରାସ୍ତାରେ ଢାଳି ଦେବୁ।

ଅଭିଭାବକ ରାଜାରାମ କଳା କହିଛନ୍ତି, ମଧ୍ୟାହ୍ନ ଭୋଜନରେ ଖରାପ ଅଣ୍ଡା ଖାଇବାକୁ ଦିଆଯାଉଛି। ଏଭଳି ଖାଦ୍ୟ ବାଣ୍ଟିବାରେ ଯେଉଁ ଅଫିସର ଲିପ୍ତ ଅଛନ୍ତି, ସେମାନଙ୍କୁ ପ୍ରଥମେ ଏହି ଖାଦ୍ୟ ଖାଇବାକୁ ଦିଆଯାଉ। ପିଲାଙ୍କୁ ଭଲ ଖାଦ୍ୟ ଦିଆ ନ ଗଲେ ଆଗକୁ ଆନ୍ଦୋଳନ କରାଯିବ। ପୂର୍ବରୁ ଏହି ବିଦ୍ୟାଳୟରେ ରୋଷେଇ କରି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା | ପିଲାମାନେ ଗରମ ଗରମ ଖାଦ୍ୟ ଖାଉଥିଲେ। ଗତ ସପ୍ତାହେ ହେବ ବିଦ୍ୟାଳୟରେ ରୋଷେଇ ବନ୍ଦ କରାଯାଇଛି। ବାହାରୁ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଡ଼ି ଯୋଗେ ଖାଦ୍ୟ ପଠାଯାଉଛି। ଏହି ଖାଦ୍ୟ ଅତି ନିମ୍ନମାନର ବୋଲି ସେ କହିଛନ୍ତି।

ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଗୌରୀଲତା କଳା କହିଛନ୍ତି, ବାସିଭାତ ଓ ତରକାରୀ ପଠାଯାଉଛି। ଆମକୁ ଅଭିଭାବକମାନେ ଜଣାଇବା ପରେ ଆମେ ଶିକ୍ଷକଙ୍କୁ ଜଣାଇଲୁ। ଶିକ୍ଷକ କହିଥିଲେ, ବିଇଓଙ୍କୁ ଜଣାନ୍ତୁ। ସେଠାରୁ ନିର୍ଦ୍ଦେଶ ଆସିବା ପରେ ଆମେ କିଛି ଆକ୍ସନ ନେବୁ। ପୂର୍ବରୁ ମଧ୍ୟ ବାସି ଓ ଖରାପ ଖାଦ୍ୟ ଆସିଥିଲା। ତେବେ ତାକୁ ଫେରାଇ ଦିଆଯାଇଥିଲା। ଆଜି ପୁଣି ନଷ୍ଟ ହୋଇଯାଇଥିବା ଖାଦ୍ୟ ଆସିଥିଲା। ଏହି ଖାଦ୍ୟକୁ ଶିକ୍ଷକ ଓ ଅଭିଭାବକମାନେ ଚାଖିଥିଲେ। ଏହା ପରେ ଆମେ ସେ ଖାଦ୍ୟକୁ ଢାଳି ଦେଲୁ। ଉକ୍ତ ଖାଦ୍ୟକୁ କୁକୁର ବି ଛୁଇଁଲାନି।

ଛାତ୍ରଛାତ୍ରୀମାନେ କହିଛନ୍ତି, ତରକାରୀରେ ପଡୁଥିବା ବାଇଗଣରୁ ପୋକ ବାହାରୁଛି। କେତେବେଳେ ଅସରପା ଗୋଡ଼ ବାହାରୁଛି। ପଚା ଆଳୁରେ ତିଆରି ବାସି ତରକାରୀ ଦିଆଯାଉଛି। ସେମାନେ ଏହାକୁ ଖାଇବେ ନାହିଁ। ଖାଇଲେ ରୋଗରେ ପଡ଼ିବେ।

ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀଙ୍କୁ ପଠାଇ ଘଟଣାର ତଦନ୍ତ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story