ନିର୍ବାଚନ ପୂର୍ବରୁ ବଦ୍ରି-ନିରଞ୍ଜନ ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଆଜି ନିରଞ୍ଜନଙ୍କୁ ଟାର୍ଗେଟ୍ କରି ବଦ୍ରି ତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଘସିପୁରା ଆସନରୁ ଲଢ଼ିବାରୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ ପ୍ରଚାର କରୁଥିବା ଲୋକଙ୍କର ଗଣମାଧ୍ୟମ ଅଛି, ପେପର ଓ ଟିଭି ଅଛି। ପ୍ରଚାର କରନ୍ତୁ, ମୁଁ ଏଇଠି ଛୋଟା ହୋଇ ପଡ଼ିଲେ ବି ଘସିପୁରାରେ ଜିତିବି। ତା’ସହ ସେ […]

niranjan-and-badri

Tapas Behera
  • Published: Thursday, 28 March 2019
  • , Updated: 28 March 2019, 09:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିର୍ବାଚନ ପୂର୍ବରୁ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ଆଜି ନିରଞ୍ଜନଙ୍କୁ ଟାର୍ଗେଟ୍ କରି ବଦ୍ରି ତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଘସିପୁରା ଆସନରୁ ଲଢ଼ିବାରୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ ପ୍ରଚାର କରୁଥିବା ଲୋକଙ୍କର ଗଣମାଧ୍ୟମ ଅଛି, ପେପର ଓ ଟିଭି ଅଛି। ପ୍ରଚାର କରନ୍ତୁ, ମୁଁ ଏଇଠି ଛୋଟା ହୋଇ ପଡ଼ିଲେ ବି ଘସିପୁରାରେ ଜିତିବି।

ତା’ସହ ସେ ପ୍ରଶ୍ନ କରି କହିଛନ୍ତି କେନ୍ଦୁଝରରେ ନିରଞ୍ଜନଙ୍କୁ କେହି ଜାଣନ୍ତି କି ? ସେ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । ସେପଟେ ଏହାର ପ୍ରତିକ୍ରିୟାରେ ନିରଞ୍ଜନ କହିଛନ୍ତି, ଚ୍ୟାଲେଂଜ ଗ୍ରହଣ କରୁଛୁ। ତେବେ ଘଷିପୁରାରୁ ସେ ନିର୍ବାଚନ ଲଢ଼ିବେ କି ନାହିଁ, ସେ ନିଷ୍ପତ୍ତି ଦଳ ନେବ।

Related story