ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

ପୁରୀ (ଓଡ଼ିଶା ରିପୋର୍ଟର): ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି ଦେଖା ଦେଇଛି। ଖୋଦ୍ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସାଂଘାତିକ ମିଛ ଦର୍ଶାଇଥିବା ନେଇ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଆଇନଜୀବୀ। ବିଜେପି ନେତା ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ବଗଲା ବିବାଦ ନେଇ ଦାୟର ହୋଇଥିବା ପିଟିସନ ଉପରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ୧୯୦୧ ମସିହାରେ କୁଆଡ଼େ ବଗଲା ଜମିକୁ ଅଧିଗ୍ରହଣ କରିଥିଲେ ସେତେବେଳର ରାଜ୍ୟ ସରକାର। ତେଣୁ […]

bagala

Ranjit Kumar Jena
  • Published: Monday, 19 October 2020
  • , Updated: 19 October 2020, 07:46 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବଗଲା ଧର୍ମଶାଳା ଜମିକୁ ନେଇ ଗୋଟିକ ପରେ ଗୋଟିଏ ବିଭ୍ରାନ୍ତି ଦେଖା ଦେଇଛି। ଖୋଦ୍ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ସାଂଘାତିକ ମିଛ ଦର୍ଶାଇଥିବା ନେଇ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ଆଇନଜୀବୀ। ବିଜେପି ନେତା ସମ୍ବିତ୍ ପାତ୍ରଙ୍କ ପକ୍ଷରୁ ବଗଲା ବିବାଦ ନେଇ ଦାୟର ହୋଇଥିବା ପିଟିସନ ଉପରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ୧୯୦୧ ମସିହାରେ କୁଆଡ଼େ ବଗଲା ଜମିକୁ ଅଧିଗ୍ରହଣ କରିଥିଲେ ସେତେବେଳର ରାଜ୍ୟ ସରକାର। ତେଣୁ ଏଠି ଉଠୁଛି ଯେ ପ୍ରଶ୍ନ-ବ୍ରିଟିଶ ଶାସନ କାଳରେ ଓଡ଼ିଶାରେ କେଉଁ ସରକାର କ୍ଷମତାରେ ଥିଲେ?

୧୯୩୬ ମସିହାରେ ତ ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ମାନ୍ୟତା ପାଇଲା ଓ ୧୯୩୭ରେ ପ୍ରଥମ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ଗଠନ ହୋଇଥିଲା। ତେଣୁ କେଉଁ ସରକାର କହ୍ନେୟାଲାଲ ବଗଲାଙ୍କ ଅନୁରୋଧ ମୁତାବକ ଅଧିଗ୍ରହଣ କରିଥିଲେ ଧର୍ମଶାଳା ଜମି ? କେବଳ ସେତିକି ନୁହେଁ ସତ୍ୟପାଠରେ ଆହୁରି ଆଖି ଜଳକା କଲା ଭଳି ତଥ୍ୟ ହେଲା ଯେ ୧୯୧୬ ମସିହାରେ କୁଆଡ଼େ ବଗଲା ଧର୍ମଶାଳା ସଂକ୍ରାନ୍ତୀୟ ସବୁ କାଗଜପତ୍ର ନିଆଁରେ ପୋଡ଼ି ଗଲା। ତେବେ ପୁରୀ ରେକର୍ଡ ଖାନା ନିଆଁରେ ଖାଲି ବଗଲା ଜମି ସମ୍ପର୍କିତ ଫାଇଲ୍ ପୋଡିଥିଲା ନାଁ ଏ ସମ୍ପର୍କିତ ସେଟଲମେଣ୍ଟର ସବୁ ପୁରୁଣା ରେକର୍ଡ ବି ପୋଡ଼ିଥିଲା? ତାହା ଏବେ ଜାଣିବାକୁ ଚାହୁଁଛନ୍ତି ବିରୋଧୀ ଓ ବୁଦ୍ଧିଜୀବୀ।

ଅନ୍ୟପକ୍ଷରେ ବଗଲା ଜମି ବିକ୍ରିକୁ ବେଆଇନ୍ ବୋଲି ଦର୍ଶାଇ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସାମାଜିକକର୍ମୀ ଜଗନ୍ନାଥ ବସ୍ତିଆଙ୍କ ପିଟିସନ୍ ଉପରେ ସତ୍ୟପାଠ ଦେଇ ଯେଉଁ ରାଜ୍ୟ ସରକାର ଧର୍ମଶାଳା ଜମି ସହ କହ୍ନେୟାଲାଲ୍ ବଗଲାଙ୍କ କୌଣସି ସଂପର୍କ ନଥିବା ଦର୍ଶାଇଥିଲେ। ଏବେ ଖୋଦ୍ ଜଗନ୍ନାଥ ବସ୍ତିଆ ତାକୁ ମିଛ ବୋଲି କହି ଯୁକ୍ତି ବାଢ଼ିଛନ୍ତି।

ସୂଚନା ଅଧିକାର ଆଇନ୍ ବଳରେ ପୁରୀ ତହସିଲଦାରଙ୍କ ପକ୍ଷରୁ OEA ଆକ୍ଟରେ ୨୦୦୦ ମସିହାରେ ଦିଆଯାଇଥିବା ବଗଲା ସମ୍ପର୍କିତ ସବିଶେଷ ବିବରଣୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ସାବିକ୍ ରେକର୍ଡ ଓ ROR ତଥ୍ୟ ଅନୁସାରେ ୧୯୦୪ ମସିହାରେ କହ୍ନେୟାଲାଲ ବଗଲାଙ୍କଠାରୁ ଧର୍ମଶାଳା ପାଇଁ ଲଜିଂ ହାଉସ୍ ଫଣ୍ଡ ଜମି ପାଇଥିଲା ଏବଂ ଗରିବ ତୀର୍ଥଯାତ୍ରୀଙ୍କ ରହଣୀ ପାଇଁ ସେହିବର୍ଷ ଧର୍ମଶାଳା କାମ ଆରମ୍ଭ ହୋଇ ୧୯୦୫ରେ ସରିଥିଲା।

ତେଣୁ ଏଠି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ସରକାର ଦର୍ଶାଇଥିବା ସତ୍ୟପାଠରେ କେମିତି କହ୍ନେୟାଲାଲଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରିଦେଲେ। ସରକାର ଖାଲି ସେତିକି ନୁହେଁ ପୁରୀ ମାଟିତୋଟା ମୌଜାରେ ଆଉଏକ ଧର୍ମଶାଳା ନିର୍ମାଣ ଲାଗି ଯୋଗାଇ ଦିଆଯାଇଥିବା ଜମି ଉତ୍କୃଷ୍ଟ ବୋଲି ଯାହା ଦର୍ଶାଯାଇଛି, ତାହା ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି ଦର୍ଶାଇଛନ୍ତି ବସ୍ତିଆ। ଏମିତିକି ଏ ନେଇ ସେ କୋର୍ଟରେ ପୁଣି ସବିଶେଷ ତଥ୍ୟ ଦାଖଲ କରିବେ ବୋଲି କହିଛନ୍ତି। ତେବେ ଏତେସବୁ ଗୋଳମାଳିଆ ତଥ୍ୟ ଭିତରେ ଏବେ ଅପେକ୍ଷା କେବେ ଫେରୁଛି ବଗଲା ଧର୍ମଶାଳା ଜମି।

Related story