ରଥଯାତ୍ରାର ସିଧାପ୍ରସାରଣ ପାଇଁ ବିଡିଂକୁ ନେଇ ଏମିତି କହିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କରିଥିଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଓଟିଭି’ ସବୁଠୁ ଆଗରେ ରହିଥିଲା। କିନ୍ତୁ ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନର ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ଶ୍ରୀ ପଣ୍ଡା ଲେଖିଛନ୍ତି,“ସରକାରଙ୍କ ପ୍ରିୟ ଚ୍ୟାନେଲ ବଦଳରେ OTV […]

baijayant-panda

Manoranjan Sial
  • Published: Tuesday, 11 June 2019
  • , Updated: 11 June 2019, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କରିଥିଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ 'ଓଟିଭି' ସବୁଠୁ ଆଗରେ ରହିଥିଲା। କିନ୍ତୁ ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ ଶ୍ରୀମନ୍ଦିର ପ୍ରଶାସନର ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

ଟ୍ୱିଟ୍‌ କରି ଶ୍ରୀ ପଣ୍ଡା ଲେଖିଛନ୍ତି,“ସରକାରଙ୍କ ପ୍ରିୟ ଚ୍ୟାନେଲ ବଦଳରେ OTV ହାଏଷ୍ଟ ବିଡର୍ ହୋଇଥିବାରୁ ନିଷ୍ପତ୍ତି ବଦଳାଯିବା ଘଟଣାରୁ ରାଜନୀତିକ ଅଭିସନ୍ଧି ଓ ଅସୂୟାର ଗନ୍ଧ ବାରି ହେଉଛି। ଏହା ଉତ୍ତମ ଶାସନର ଲକ୍ଷଣ ନୁହେଁ।”

ସେ ଆହୁରି ଲେଖିଛନ୍ତି-“ସବୁ ଟିଭି ଚ୍ୟାନେଲକୁ ରଥଯାତ୍ରା ପ୍ରସାରଣ ଅଧିକାର ମିଳିଥିବାରୁ ଖୁସି ଲାଗୁଛି।”

ସୂଚନାରୁ ପ୍ରକାଶ, ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୭ଟି ଚ୍ୟାନେଲ୍‌ ବିଡିଂରେ ଭାଗ ନେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଓଟିଭିର ବିଡିଂ ସବୁଠାରୁ ଆଗରେ ଥିଲା। କିନ୍ତୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାଙ୍କର ଆଭିମୁଖ୍ୟ ବଦଳାଇଛନ୍ତି। ରଥଯାତ୍ରାର ସିଧାପ୍ରସାରଣ ପାଇଁ କୌଣସି ଚ୍ୟାନେଲ୍‌କୁ ବାରଣ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଜଗନ୍ନାଥ ସଂସ୍କୃତିର ଯେତେ ଅଧିକ ପ୍ରଚାର ପ୍ରସାର ହେବ, ସେତେ ଭଲ ବୋଲି ସେ କହିଛନ୍ତି।

Related story