ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରୁଛି ପୁଲିସ୍‌, ହସ୍ତକ୍ଷେପ ପାଇଁ ଡିଜିପିଙ୍କୁ ଚିଠି ଲେଖିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): DGCAର କ୍ଲିନ୍‌ ଚିଟ୍‌ ସତ୍ତ୍ୱେ ଇମ୍ଫା ଏଭିଏସନ୍‌ର ଗୋଟିଏ ହେଲିକପ୍ଟରକୁ ଅଧିକ ତଦନ୍ତ ଆଳରେ ପୁରୀ ପୁଲିସ୍ ସିଲ୍ କରି ରଖିଛି। ଉଦ୍ଦେଶ୍ୟମୂଳକ ଭାବେ ହଇରାଣହରକତ କରିବା ପାଇଁ ପୁଲିସ୍ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣି ପୁଲିସ୍ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଡିଜିପିଙ୍କୁ ଲେଖିଥିବା ଚିଠିରେ ବୈଜୟନ୍ତ ଦର୍ଶାଇଛନ୍ତି, ଦେଶରେ ବେସାମରିକ ବିମାନ ଉଡ଼ାଣ ନେଇ କୌଣସି ମାମଲାର ତଦନ୍ତ ଲାଗି ପୁଲିସ୍ ନୁହେଁ, […]

baijayant-panda-writes-to-dgp-over-the-motivated-move-by-puri-police-to-seize-his-chopper-and-seeks-his-intervention

Manoranjan Sial
  • Published: Friday, 02 November 2018
  • , Updated: 02 November 2018, 07:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): DGCAର କ୍ଲିନ୍‌ ଚିଟ୍‌ ସତ୍ତ୍ୱେ ଇମ୍ଫା ଏଭିଏସନ୍‌ର ଗୋଟିଏ ହେଲିକପ୍ଟରକୁ ଅଧିକ ତଦନ୍ତ ଆଳରେ ପୁରୀ ପୁଲିସ୍ ସିଲ୍ କରି ରଖିଛି। ଉଦ୍ଦେଶ୍ୟମୂଳକ ଭାବେ ହଇରାଣହରକତ କରିବା ପାଇଁ ପୁଲିସ୍ ଏମିତି କାର୍ଯ୍ୟାନୁଷ୍ଠାନ ନେଇଛି। ଏଭଳି ସାଂଘାତିକ ଅଭିଯୋଗ ଆଣି ପୁଲିସ୍ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଡିଜିପିଙ୍କୁ ଲେଖିଥିବା ଚିଠିରେ ବୈଜୟନ୍ତ ଦର୍ଶାଇଛନ୍ତି, ଦେଶରେ ବେସାମରିକ ବିମାନ ଉଡ଼ାଣ ନେଇ କୌଣସି ମାମଲାର ତଦନ୍ତ ଲାଗି ପୁଲିସ୍ ନୁହେଁ, ବରଂ ଡିଜିସିଏ ହିଁ ଏକମାତ୍ର ଯୋଗ୍ୟ ପ୍ରାଧିକୃତ ସଂସ୍ଥା। ଆଉ ଯେତେବେଳେ ଡିଜିସିଏ ଗତ ୨୫ ତାରିଖରୁ ଚିଲିକା ଉପରେ ବେଆଇନ୍‌ ଉଡ଼ାଣ ଅଭିଯୋଗର ଅନୁସନ୍ଧାନ କରି କ୍ଲିନ୍‌ଚିଟ୍‌ ଦେଇସାରିଛନ୍ତି, ସେତେବେଳେ ପୁଣି ଅଧିକ ସ୍ପଷ୍ଟୀକରଣ ଲୋଡ଼ିବା ସୂଚାଉଛି ଯେ ପୁଲିସ୍ ଜାଣିଶୁଣି ହେଲିକପ୍ଟରକୁ ସିଲ୍ କରି ମାମଲାକୁ ଗଡ଼ାଉଛି। ଆଉ ଯଦି ଏ ବିଷୟରେ ଅଧିକ ତଦନ୍ତ ହେବ, ତା’ହେଲେ ଡିଜି ସ୍ପଷ୍ଟ କରନ୍ତୁ। କେଉଁ ଉଡ଼ାଣ ନିୟମ ଉଲ୍ଲଙ୍ଘନର ତଦନ୍ତ କରିବାକୁ ପୁଲିସ୍ ଚାହୁଁଛି ବୋଲି ଡିଜି ସ୍ପଷ୍ଟ କରନ୍ତୁ। ବୈଜୟନ୍ତ ଆହୁରି ଦର୍ଶାଇଛନ୍ତି, ବିଭିନ୍ନ କାରଣରୁ ହେଲିକପ୍ଟର ଦୈନନ୍ଦିନ ଜରୁରୀ ରକ୍ଷଣାବେକ୍ଷଣ କରିବାକୁ ପଡିଥାଏ। ଏହା ନକଲେ ହେଲିକପ୍ଟର କ୍ଷତିଗ୍ରସ୍ତ ହେବା ଆଶଙ୍କା ଥାଏ।

ଅଯଥାରେ ହଇରାଣ କରାଯାଉଥିବାରୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ହେଲିକପ୍ଟରକୁ ମୁକ୍ତ କରିବା ଲାଗି ବୈଜୟନ୍ତ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ଅନ୍ୟଥା ହେଲିକପ୍ଟରର ରକ୍ଷଣାବେକ୍ଷଣ ଓ ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ସୃଷ୍ଟି ହେବ। ଏଥିପାଇଁ ପୁଲିସ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ଉପରେ ଆର୍ଥିକ କ୍ଷତି ଭରଣା ସହ ମନ୍ଦ ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ ନେଇ ମାମଲାକୁ ଆମନ୍ତ୍ରିତ କରିବ ବୋଲି ବୈଜୟନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଲିକା ଉପରେ ଗତ ସେପ୍ଟେମ୍ୱର ୧୫ ତାରିଖରେ ବେଆଇନ୍‌ ଉଡ଼ାଣ ଅଭିଯୋଗରେ ପୁରୀ ପୁଲିସ୍‌ ବୈଜୟନ୍ତ ଉଡ଼ାଇଥିବା ଇମ୍ଫା ଆଭିଏସନ୍‌ର ନିର୍ଦ୍ଦିଷ୍ଟ ହେଲିକପ୍ଟର ବଦଳରେ ୩ଟି ହେଲିକପ୍ଟର ଥିବା ହାଙ୍ଗରକୁ ସିଲ୍ କରିଥିଲା। ତେବେ ଡିଜିସିଏଙ୍କ କ୍ଲିନ୍‌ଚିଟ୍ ସତ୍ତ୍ୱେ ୪୨ ଦିନ ପରେ ଗତ ୨୯ ତାରିଖରେ ସିଲ୍ ଖୋଲି କେବଳ ଦୁଇଟି ହେଲିକପ୍ଟରକୁ ରିଲିଜ୍ କରିଥିବା ବେଳେ ଅଭିଯୋଗ ଉଠିଥିବା ନିର୍ଦ୍ଦିଷ୍ଟ ହେଲିକପ୍ଟରକୁ ପୁଣି ସିଜ୍ କରି ରଖିଛି।

Related story