ବିଦେଶରେ ନିଯୁକ୍ତି ଦେଉଥିବା ଠକ ନିଯୁକ୍ତିଦାତା ଏଜେନ୍ସୀକୁ କଳା ତାଲିକାଭୁକ୍ତ କରାଯାଉ: ବୈଜୟନ୍ତ

ନୂଆଦିଲ୍ଲୀ: ବିଦେଶରେ ନିଯୁକ୍ତି ଦେଉଥିବା ଠକ ନିଯୁକ୍ତିଦାତା ଏଜେନ୍ସୀଗୁଡିକୁ କଳା ତାଲିକାଭୁକ୍ତ କରିବାକୁ ଲୋକସଭାରେ ଦାବି ଉଠାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୁଧବାର ପ୍ରଶ୍ନକାଳରେ ଭାଗ ନେଇ ଏଭଳି ଠକ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିକଟରେ ସେ ଦାବି କରିଛନ୍ତି। କେନ୍ଦ୍ରାପଡା ତଥା ରାଜ୍ୟର ଅନ୍ୟ ଅଞ୍ଚଳରୁ ବହୁ ଲୋକେ ଠକ ଏଜେନ୍ସୀ ପ୍ରଲୋଭନରେ ପଡି ବିଦେଶକୁ ଯାଇ ନିର୍ଯାତିତ ହେଉଥିବା ସେ ମନ୍ତ୍ରୀଙ୍କ […]

baijayanta

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 02:13 PM IST

ନୂଆଦିଲ୍ଲୀ: ବିଦେଶରେ ନିଯୁକ୍ତି ଦେଉଥିବା ଠକ ନିଯୁକ୍ତିଦାତା ଏଜେନ୍ସୀଗୁଡିକୁ କଳା ତାଲିକାଭୁକ୍ତ କରିବାକୁ ଲୋକସଭାରେ ଦାବି ଉଠାଇଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୁଧବାର ପ୍ରଶ୍ନକାଳରେ ଭାଗ ନେଇ ଏଭଳି ଠକ ସଂସ୍ଥା ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିକଟରେ ସେ ଦାବି କରିଛନ୍ତି।

କେନ୍ଦ୍ରାପଡା ତଥା ରାଜ୍ୟର ଅନ୍ୟ ଅଞ୍ଚଳରୁ ବହୁ ଲୋକେ ଠକ ଏଜେନ୍ସୀ ପ୍ରଲୋଭନରେ ପଡି ବିଦେଶକୁ ଯାଇ ନିର୍ଯାତିତ ହେଉଥିବା ସେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଗତ ୨୦ ମାସ ମଧ୍ୟରେ ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ବହୁ ଓଡ଼ିଆ ସୁରକ୍ଷିତ ଭାବେ ସ୍ୱଦେଶ ଫେରିଥିବାରୁ ସେ ସୁଷମାଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୁଷମା କହିଛନ୍ତି, “ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖିବା ସହ ଡିଜିପିମାନଙ୍କ ବୈଠକ ଡକାଯାଇ ଏହାକୁ ମାନବ ଚାଲାଣ ଅପରାଧ ପରିସରଭୁକ୍ତ କରିବାକୁ ପରାମର୍ଶ ଦିଆଯିବ।”

Related story