ବଲାଙ୍ଗୀର/ନୂଆପଡ଼ା: ମାଓ ପ୍ରଭାବିତ ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସଞ୍ଜିବ ମାରିକ। ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ସେ ଭୁବନେଶ୍ୱରରୁ ନୂଆପଡ଼ା ଯାଇ ସ୍ଥାନୀୟ ମନୋହରପୁର ପୋଲିସ ପଡ଼ିଆରେ ଓହ୍ଲାଇଥିଲେ। ପରେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଗମନାଗମନ, ସ୍ୱାସ୍ଥ୍ୟସେବା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ମାଓବାଦୀଙ୍କ ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ଏହାପରେ ସେ ବଲାଙ୍ଗୀର ଫେରି ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଥିଲେ।