ଅପରାଧୀକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଏସ୍‌ପି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରାପଡିଲା ବଲାଙ୍ଗିର  ବିଭୂତିପଡାର ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ। ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ରହିଥିବା ବେଳେ ବହୁ ପୂର୍ବରୁ ପୁଲିସ୍‌ ତାଙ୍କୁ ଖୋଜୁଥିଲା। ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁସଳକର ସହର ଭିତରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେ ଭାଗିରଥୀ ଛକଠାରେ ଏକ ନମ୍ୱର ବିହୀନ ବାଇକରେ ଯାଉଥିବା ରାକେଶକୁ ଦେଖିବାକୁ ପାଇଥିଲେ। ଏହା ପରେ ଏସ୍‌ପି ତାଙ୍କୁ ପିଛା କରି ହର୍ଣ୍ଣ ମାରିଥିଲେ। […]

Loot

Loot

Manoranjan Sial
  • Published: Wednesday, 29 December 2021
  • Updated: 30 December 2021, 11:54 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅପରାଧ ଘଟାଇବାକୁ ଯାଉଥିବା ବେଳେ ଧରାପଡିଲା ବଲାଙ୍ଗିର  ବିଭୂତିପଡାର ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ। ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ରହିଥିବା ବେଳେ ବହୁ ପୂର୍ବରୁ ପୁଲିସ୍‌ ତାଙ୍କୁ ଖୋଜୁଥିଲା।

ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁସଳକର ସହର ଭିତରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେ ଭାଗିରଥୀ ଛକଠାରେ ଏକ ନମ୍ୱର ବିହୀନ ବାଇକରେ ଯାଉଥିବା ରାକେଶକୁ ଦେଖିବାକୁ ପାଇଥିଲେ। ଏହା ପରେ ଏସ୍‌ପି ତାଙ୍କୁ ପିଛା କରି ହର୍ଣ୍ଣ ମାରିଥିଲେ।

ଭୟଭୀତ ହୋଇ ରାକେଶ ବାଇକ୍‌ ଛାଡ଼ି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ତାକୁ କାବୁ କରିନେଇଥିଲେ ଖୋଦ ଏସ୍‌ପି। ରାକେଶର ବାଇକ୍‌ରୁ ଏକ ତଲୱାର ବାହାରିଥିଲା।  ରାକେଶ ନାଁରେ ପୂର୍ବରୁ ଥାନାରେ ବହୁ ମାମଲା ରହିଥିବା ବେଳେ ସେ ଜଣେ ପେସାଗତ ଅପରାଧୀ  ବୋଲି ଜଣାଯାଇଛି।

ନିଜ ସାଙ୍ଗରେ ତଲୱାର ନେଇ ଯାଉଥିବାରୁ ଏକ ବଡ଼ ଅପରାଧ ଘଟାଇବା ପାଇଁ ରାକେଶ ଯାଉଥିବା ଅନୁମାନ କରାଯାଉଛି। ଟାଉନ ଥାନା ପୁଲିସ୍‌ ଯୁବକକୁ ଥାନାରେ ଅଟକ ରଖି ଅଧିକ ଖୋଲତାଡ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos