ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ମାଆ ଓ ଝିଅଙ୍କୁ ଆକ୍ରମଣ କରିଛନ୍ତି ଗାଁ ଲୋକେ। ଉଡ଼ାପଡ଼ା ଗାଁରେ ଏକ ଘର ଭ଼ଡ଼ା ନେଇ ମାଆ ଓ ଝିଅ ରହୁଥିଲେ। ତେବେ ମାଆ ଓ ଝିଅ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗାଁ ଲୋକେ ସେମାନଙ୍କୁ ମାଡ଼ ମାରିବା ସହ ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ସେହି ଘରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
କିଛି ଦିନ ତଳେ ଗାଁର ୨ ଜଣ ଲୋକଙ୍କ ମୃତ୍ୟୁକୁ ନେଇ ଏଭଳି କାଣ୍ଡ ଭିଆଇଛନ୍ତି ସ୍ଥାନୀୟ ଲୋକେ। ପୋଲିସ ଦୁଇ ମାଆ ଓ ଝିଅଙ୍କୁ ଉଦ୍ଧାର କରିଛି।