ବୈଜୟନ୍ତଙ୍କୁ ବିରୋଧ କରିବାରୁ ଲୋକେ ଛେଚିଲେ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିବାକୁ ଉଦ୍ୟମ କଲା ବେଳେ ଲୋକେ କାବୁ କରି ନିସ୍ତୁକ ପିଟିଲେ। ତା’ପରେ ପୁଲିସ୍ ଜିମାରେ ଦେଲେ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ। ବୈଜୟନ୍ତ ଆଜି ବିୟର ଫ୍ୟାକ୍ର୍ଟି ପାଇଁ ହଜାରେ ଗଛ କଟା ଯାଇଥିବା ଝିଙ୍କରଗଡ଼ି ଜଙ୍ଗଲକୁ ଯାଇଥିଲେ। ତାଙ୍କ ସହିତ ପୂର୍ବତନ ବିଧାୟକ ନବୀନ ନନ୍ଦ ବି ଯାଇଥିଲେ। ସେଠାରେ ବୈଜୟନ୍ତ ଗଛ ଲଗାଇଥିଲେ। ତେବେ ଏହି ଗସ୍ତ ବେଳେ […]

beaten

Jitendra Garnayak
  • Published: Friday, 23 November 2018
  • , Updated: 23 November 2018, 04:26 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିବାକୁ ଉଦ୍ୟମ କଲା ବେଳେ ଲୋକେ କାବୁ କରି ନିସ୍ତୁକ ପିଟିଲେ। ତା’ପରେ ପୁଲିସ୍ ଜିମାରେ ଦେଲେ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ।

ବୈଜୟନ୍ତ ଆଜି ବିୟର ଫ୍ୟାକ୍ର୍ଟି ପାଇଁ ହଜାରେ ଗଛ କଟା ଯାଇଥିବା ଝିଙ୍କରଗଡ଼ି ଜଙ୍ଗଲକୁ ଯାଇଥିଲେ। ତାଙ୍କ ସହିତ ପୂର୍ବତନ ବିଧାୟକ ନବୀନ ନନ୍ଦ ବି ଯାଇଥିଲେ। ସେଠାରେ ବୈଜୟନ୍ତ ଗଛ ଲଗାଇଥିଲେ।

ତେବେ ଏହି ଗସ୍ତ ବେଳେ ତିନି ଜଣ ଅଚିହ୍ନା ଯୁବକ ତାଙ୍କୁ ବିରୋଧ କରିବାକୁ ଉଦ୍ୟମ କରିଥିଲେ। ଏତିକି ବେଳେ ବଳାରାମପୁର ଗ୍ରାମବାସୀ ଜଣଙ୍କୁ ଧରି ପିଟିଥିଲେ। ତେବେ ଆଉ ଦୁଇ ଜଣ ଖସି ପଳାଇଥିଲେ। ଯାହା ଜଣାପଡ଼ିଛି, ଏ ତିନି ଜଣ ସେ ଗାଁର ନୁହନ୍ତି। ତେଣୁ ଚର୍ଚ୍ଚା ହେଉଛି କାହା ଇଙ୍ଗିତରେ ଏହି ଯୁବକମାନଙ୍କୁ ବୈଜୟନ୍ତଙ୍କୁ ବିରୋଧ କରିବାକୁ ପଠା ଯାଇଥିଲା।

[caption id="attachment_304910" align="aligncenter" width="730"] ଏହି ଯୁବକ ବିରୋଧ କରିବାକୁ ଉଦ୍ୟମ କରିଥିଲେ। [/caption]

ଅନ୍ୟପକ୍ଷରେ ଝିଙ୍କରଗଡ଼ି ଜଙ୍ଗଲ କିସମ ବଦଳ କରାଯିବାରେ ତୃତୀୟ ମହଲାର ହାତ ଥିବା ଅଭିଯୋଗ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ।

ସେ କହିଛନ୍ତି,“ତୃତୀୟ ମହଲାର ଅଫିସର ବେଆଇନ ଭାବେ ବିଭିନ୍ନ କାମ କରି ଚାଲିଛନ୍ତି। ଗତ ୪/୫ ବର୍ଷ ଭିତରେ ଓଡ଼ିଶାରେ ଦୁର୍ନୀତି ଓ ହିଂସାକାଣ୍ଡ ବଢ଼ିଛି। ଏହା ଲୁଚିଛପି ରହିନି। ସମସ୍ତେ ଜାଣିଛନ୍ତି। ଏମାନଙ୍କ ଉପରେ ନିର୍ଭର କରିବା ବନ୍ଦ କରି ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିବି।”

ସେହିପରି ଗଛକଟା ନେଇ ଆର୍‌ଡିସି ତଦନ୍ତ ପ୍ରସଙ୍ଗରେ ବୈଜୟନ୍ତ କହିଛନ୍ତି,“ପ୍ରଭୁ ଜଗନ୍ନାଥଙ୍କୁ ହଇରାଣ କରୁଛନ୍ତି, ସେ ରିପୋର୍ଟ ବି ବାହାରୁନି। ସାଧାରଣ ଲୋକଙ୍କ ଉପରେ ତଦନ୍ତ ହେଲେ କ’ଣ ହେବ?”

https://youtu.be/jrR2YEu_3L8

Related story