ବାଲୁକା କଳାରେ ପରିବେଶ ସୁରକ୍ଷା ସଚେତନତା

ପୁରୀ: ଆମ ବିଶ୍ୱକୁ ଆମେ ସବୁଜମୟ କରିବା। ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ଲାଇଟହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସ୍ୟାଣ୍ଡ ଆନିମେଟର ମାନସ ସାହୁ। ୧୦ଟନ ବାଲିରେ ୨୦ଫୁଟ ଲମ୍ୱାର ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରି ସେ ଏହି ଆହ୍ୱାନ ଦେଇଛନ୍ତି। ସେହିପରି ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭିନ୍ନ ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରି ଦେଇଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା। ଗଛ […]

sand

Rakesh Mallick
  • Published: Friday, 05 June 2015
  • , Updated: 05 June 2015, 02:22 AM IST

ପୁରୀ: ଆମ ବିଶ୍ୱକୁ ଆମେ ସବୁଜମୟ କରିବା। ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ଲାଇଟହାଉସ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ସଚେତନତା ବାର୍ତ୍ତା ଦେଇଛନ୍ତି ସ୍ୟାଣ୍ଡ ଆନିମେଟର ମାନସ ସାହୁ। ୧୦ଟନ ବାଲିରେ ୨୦ଫୁଟ ଲମ୍ୱାର ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରି ସେ ଏହି ଆହ୍ୱାନ ଦେଇଛନ୍ତି। ସେହିପରି ଆର୍ନ୍ତଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭିନ୍ନ ଏକ ବାଲୁକା ମୂର୍ତ୍ତୀ ନିର୍ମାଣ କରି ଦେଇଛନ୍ତି ପରିବେଶ ସୁରକ୍ଷା ବାର୍ତ୍ତା। ଗଛ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁର ବାର୍ତ୍ତା ଦେଇ ସେ ପରିବେଶ ସୁରକ୍ଷା ପାଇଁ ସାରା ବିଶ୍ୱର ରାଷ୍ଟ୍ରମୁଖ୍ୟମାନେ ଆଗେଇଆସିବା ଆବଶ୍ୟକ ବୋଇ ସେ କହିଛନ୍ତି।

Related story