ଏସ୍‌ଏନ୍‌ସିୟୁ, ଲେବର ରୁମ୍‌, ଆଇସିୟୁ ଓ ଓଟିକୁ ମୋବାଇଲ୍‌ ମନା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଏସ୍‌ଏନ୍‌ସିୟୁ, ଲେବର ରୁମ୍‌, ଆଇସିୟୁ ଓ ଓଟି ପରି ସମ୍ୱେଦନଶୀଳ ସ୍ଥାନକୁ ମୋବାଇଲ୍‌ ନେବା ଉପରେ କଟକଣା ଥିଲା। ମାତ୍ର ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିଲା। ତେବେ ମାଲକାନଗିରି ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌ ହେବା ପରେ ଏହି ନିୟମକୁ କଡ଼ାକଡ଼ି ଭାବେ ମାଲକାନଗିରି ଜିଲ୍ଲା ମେଡିକାଲ୍‌ରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ସିଡିଏମ୍‌ଓ ଅଜିତ କୁମାର ମହାପାତ୍ର। ସୂଚନାରୁ ପ୍ରକାଶ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର […]

ban-imposed-on-mobile-phones-inside-sncu-labour-room-icu-and-ot-in-malkangiri-hospital

ban-imposed-on-mobile-phones-inside-sncu-labour-room-icu-and-ot-in-malkangiri-hospital

Manoranjan Sial
  • Published: Tuesday, 02 July 2019
  • Updated: 02 July 2019, 05:41 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଏସ୍‌ଏନ୍‌ସିୟୁ, ଲେବର ରୁମ୍‌, ଆଇସିୟୁ ଓ ଓଟି ପରି ସମ୍ୱେଦନଶୀଳ ସ୍ଥାନକୁ ମୋବାଇଲ୍‌ ନେବା ଉପରେ କଟକଣା ଥିଲା। ମାତ୍ର ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିଲା। ତେବେ ମାଲକାନଗିରି ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌ ହେବା ପରେ ଏହି ନିୟମକୁ କଡ଼ାକଡ଼ି ଭାବେ ମାଲକାନଗିରି ଜିଲ୍ଲା ମେଡିକାଲ୍‌ରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ସିଡିଏମ୍‌ଓ ଅଜିତ କୁମାର ମହାପାତ୍ର।

ସୂଚନାରୁ ପ୍ରକାଶ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଛୋଟ ପିଲାଙ୍କ ସହିତ ୪ ଜଣ ନର୍ସ ଟିକ୍‌ଟକ୍‌ ଭିଡିଓ ସୁଟିଂ କରିଥିଲେ। ଯାହାକୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଶେଷରେ ମେଡିକାଲ୍‌ କର୍ତ୍ତୃପକ୍ଷ ସମ୍ପୃକ୍ତ ୪ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତରେ ଯେପରି ଏମିତି ଘଟଣା ନ ଘଟିବ, ସେଥିପ୍ରତି ଦୃଷ୍ଟି ଦେଇ ମେଡିକାଲ୍‌ କର୍ତ୍ତୃପକ୍ଷ ଏସ୍‌ଏନ୍‌ସିୟୁ, ଲେବର ରୁମ୍‌, ଆଇସିୟୁ ଓ ଓଟି ଭଳି ସମ୍ୱେଦନଶୀଳ ଜାଗାରେ ମୋବାଇଲ୍‌ କଟକଣା ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos