ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ଝାରସୁଗୁଡ଼ା ବନ୍ଦ

Ordigital Desk
  • Published: Wednesday, 20 December 2017
  • , Updated: 20 December 2017, 09:13 AM IST
<p>ଝାରସୁଗୁଡ଼ା( ଓଡ଼ିଶା ରିପୋର୍ଟର): ନୂତନ କୋଠାକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପ୍ରତିବାଦରେ ଆଜି ଝାରସୁଗୁଡ଼ା ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ହନୁମାନ ସେବା ସମିତି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସହରରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଏହାସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।</p> <p>ବାଲିଜୁରି ନିକଟରେ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୭ ମହଲା ବିଶିଷ୍ଟ ନୂଆ କୋଠା ନିର୍ମାଣ କରାଯାଇଛି।&nbsp; ନୂଆ କୋଠାରେ ଶୀଘ୍ର ସ୍ୱାସ୍ଥ୍ୟସେବା ଆରମ୍ଭ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସେଠାକୁ ଡାକ୍ତରୀ ସରଞ୍ଜାମ ଓ ଆସବାବ ପତ୍ର ନେଇଥିଲା।&nbsp; କିନ୍ତୁ ଏହାକୁ ହନୁମାନ ସେବା ସମିତି ବିରୋଧ କରିଥିଲା।&nbsp;&nbsp;ଗତକାଲିଠାରୁ ସମିତିର ୩ ଜଣ ପୁରୁଣା ସଦସ୍ୟ ଡାକ୍ତରଖାନା ଆଗରେ ଅନଶନ ବସିଛନ୍ତି। ଗତକାଲି ସଂଧ୍ୟାରେ ସିଡିଏମ୍ଓ, ତହସିଲଦାର, ଏସଡିପିଓ ଅନଶନକାରୀଙ୍କୁ ବୁଝାସୁଝା କରିଥିଲେ। ତଥାପି&nbsp; ସଫଳ ମିଳି ନଥିଲା। ଆଜି ଅନଶନକାରୀଙ୍କ ପକ୍ଷରୁ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି।</p> <p>&amp;nbsp;</p> <p>&amp;nbsp;</p>

Related story