ବନ୍ଦ ଘରୁ ୪ ବର୍ଷର ଶିଶୁ କନ୍ୟା ଉଦ୍ଧାର ଘଟଣା: ଶିଶୁଟିକୁ ଜେଜେବାପା, ଜେଜେମା’ଙ୍କୁ ହସ୍ତାନ୍ତର

ଭୁବନେଶ୍ୱର/ବାଲେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରୁ ବନ୍ଦ ଘରୁ ଗତ ସୋମାବାର ଉଦ୍ଧାର କରାଯାଇଥିବା ୪ ବର୍ଷର ଶିଶୁକନ୍ୟାକୁ ଶେଷରେ ଆଜି ବାଲେଶ୍ୱରରେ ରହୁଥିବା ତା’ ଜେଜେବାପା ଓ ଜେଜେମା’ଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ସର୍ତ୍ତମୂଳକ ଭାବେ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ଶିଶୁଟିକୁ ନେବାକୁ ଆଜି ତା’ ବାପା ବାଲେଶ୍ୱର ସିଡବ୍ଲ୍ୟୁସିରେ ଆବେଦନ କରିଥିଲେ। ତେବେ ତାଙ୍କୁ ଆବେଦନକୁ  ସିଡବ୍ଲ୍ୟୁସି ଅଗ୍ରାହ୍ୟ କରି ଦେଇଥିଲେ। ସେ ଚାକିରି ଛାଡ଼ି ନଥିବା ଦର୍ଶାଇ ତାଙ୍କୁ ପିଲାଟିକୁ ଦେବାକୁ […]

CHILD resued at mancheswar

Rakesh Mallick
  • Published: Thursday, 15 October 2015
  • , Updated: 15 October 2015, 12:50 PM IST

ଭୁବନେଶ୍ୱର/ବାଲେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା କଳାରାହାଙ୍ଗ ଅଞ୍ଚଳରୁ ବନ୍ଦ ଘରୁ ଗତ ସୋମାବାର ଉଦ୍ଧାର କରାଯାଇଥିବା ୪ ବର୍ଷର ଶିଶୁକନ୍ୟାକୁ ଶେଷରେ ଆଜି ବାଲେଶ୍ୱରରେ ରହୁଥିବା ତା’ ଜେଜେବାପା ଓ ଜେଜେମା’ଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ସର୍ତ୍ତମୂଳକ ଭାବେ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।

ଶିଶୁଟିକୁ ନେବାକୁ ଆଜି ତା’ ବାପା ବାଲେଶ୍ୱର ସିଡବ୍ଲ୍ୟୁସିରେ ଆବେଦନ କରିଥିଲେ। ତେବେ ତାଙ୍କୁ ଆବେଦନକୁ  ସିଡବ୍ଲ୍ୟୁସି ଅଗ୍ରାହ୍ୟ କରି ଦେଇଥିଲେ। ସେ ଚାକିରି ଛାଡ଼ି ନଥିବା ଦର୍ଶାଇ ତାଙ୍କୁ ପିଲାଟିକୁ ଦେବାକୁ ମନା କରି ଦେଇଥିଲେ ସିଡବ୍ଲ୍ୟୁସି। ଶିଶୁଟିର ବାପା ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି। ସେ ତାଙ୍କ ଇସ୍ତଫାପତ୍ର ଉକ୍ତ କଂପାନୀକୁ ପଠାଇ ଦେଇଛନ୍ତି। ତେବେ ତାହା ଗୃହୀତ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳି ପାରି ନଥିବା ଯୋଗୁଁ ସିଡବ୍ଲ୍ୟୁସି ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କ ଆବେଦନ ଅଗ୍ରାହ୍ୟ ହୋଇଯିବା ପରେ ତାଙ୍କ ବାପାମା’ ( ଅର୍ଥାତ ଶିଶୁଟିର ଜେଜେବାପା, ଜେଜେମା’) ଶିଶୁଟିକୁ ନେବାକୁ ଆବେଦନ କରିଥିଲେ। ବିଭିନ୍ନ ଦିଗକୁ ଅନୁଧ୍ୟାନ କଲା ପରେ ବାଲେଶ୍ୱର ସିଡବ୍ଲ୍ୟୁସି ଶିଶୁଟିକୁ ଜେଜେବାପା ଓ ଜେଜେମା’ଙ୍କୁ ହସ୍ତାନ୍ତର କରିଥିଲେ। ତେବେ ସର୍ତ୍ତମୂଳକ ଭାବେ ଛୁଆଟିକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି। ଯେପରିକି ଯଦି ଜେଜେବାପା ଓ ଜେଜେମା’ ପିଲାଟିକୁ କୁଆଡ଼େ ନେଇକି ଯିବା ପାଇଁ ଚାହାନ୍ତି, ତା’ହେଲେ ବାଲେଶ୍ୱର ସିଡବ୍ଲ୍ୟୁସିଙ୍କ ଅନୁମତି ନେବାକୁ ପଡ଼ିବ। ସେହିପରି କୌଣସି ସ୍ଥିତିରେ ବି ପିଲାଟିକୁ ତା’ ବାପାମା’ଙ୍କ ନିକଟରେ ଏକୁଟିଆ ଛଡ଼ା ଯାଇପାରିବ ନାହିଁ।

ଏହା ପୂର୍ବରୁ ଆଜି ଶିଶୁଟିକୁ ନେଇ ବାଲେଶ୍ୱର ସିଡବ୍ଲ୍ୟୁସି ନିକଟରେ ପହଞ୍ଚିଥିଲେ ଭୁବନେଶ୍ୱରର ରୁଚିକା ଚାଇଲ୍ଡ ଲାଇନର ଅଧିକାରୀମାନେ। ସେମାନଙ୍କ ସହିତ ଶିଶୁଟିର ବାପାମା’ ବି ଉପସ୍ଥିତ ଥିଲେ। ଶିଶୁଟିକୁ ବାଲେଶ୍ୱର ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ମଞ୍ଚେଶ୍ୱରର କଳାରାହାଙ୍ଗରେ ଗତ ୬ ମାସ ହେଲା ଘଣ୍ଟା ଘଣ୍ଟା ଧରି ଘରେ ୪ ବର୍ଷର ଶିଶୁ ଏକୁଟିଆ ରହୁଥିଲା। ଛୁଆକୁ ଘରେ ତାଲା ପକାଇ ସୁଦେଷ୍ଣା କାମକୁ ଯାଉଥିଲେ। ସୋମବାର ଏ ସମ୍ପର୍କରେ ଜଣାପଡ଼ିବା ପରେ ରୁଚିକା ଚାଇଲ୍ଡ ଲାଇନ୍ ସହାୟତାରେ ଘରର ତାଲା ଭାଙ୍ଗି ଶିଶୁଟିକୁ ଉଦ୍ଧାର କରାଯାଇଥିଲା।

Related story