ଗଜପତି ଜିଲ୍ଲାର ୩ଟି ବ୍ଲକରେ ୧୨ଘଣ୍ଟିଆ ବନ୍ଦ, ଜୀବନଯାତ୍ରା ଠପ୍‌

Ordigital Desk
  • Published: Monday, 17 July 2017
  • , Updated: 17 July 2017, 09:03 AM IST
<p>ବ୍ରହ୍ମପୁର: ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ଦାବିରେ ଆଜି ୩ଟି ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆର୍.ଉଦୟଗିରି ବ୍ଲକ ସମେତ ରାୟଗଡ଼ ଏବଂ ନୂଆଗଡ଼ ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ବେଳେ ଜୀବନଯାତ୍ରା ଏକ ପ୍ରକାର ଠପ୍&zwnj; ହୋଇଯାଇଛି। &nbsp;ମହେନ୍ଦ୍ରଗଡ଼, ଛେଳିଗଡ଼, ଆର୍.ଉଦୟଗିରି, ଖଜୁରୀପଦା, ନୂଆଗଡ଼ ଓ ରାୟଗଡ଼ରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।</p> <p>&amp;nbsp;</p>

Related story