ବ୍ୟାଙ୍କ ନେଲା ନାହିଁ ଖୁଚୁରା: ଟଙ୍କା ଫିଙ୍ଗି ଦେଲେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ

<p>କେନ୍ଦୁଝର (ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ଖୁଚୁରା ଟଙ୍କା ନ ନେବାରୁ ବିଦ୍ୟୁତ୍&zwnj; ବିଭାଗର କର୍ମଚାରୀ ବିରକ୍ତ ପ୍ରକାଶ କରି ଏହାକୁ ବ୍ୟାଙ୍କ ପରିସରରେ ଫିଙ୍ଗି ଚାଲିଗଲେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଆଜି ବିଦ୍ୟୁତ୍&zwnj; ବିଭାଗର କର୍ମଚାରୀ ଉପଭୋକ୍ତାଙ୍କ ଟଙ୍କା ଜମା କରିବାକୁ ଘଟଗାଁ ବ୍ୟାଙ୍କ ଅଫ୍&zwnj; ଇଣ୍ଡିଆ ଶାଖାକୁ ଯାଇଥିଲେ। ସେ ସାଙ୍ଗରେ ୧୦,୦୦୦ ଟଙ୍କାର କଏନ ନେଇଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଖୁଚୁରା ପଇସାକୁ ଗ୍ରହଣ କରି ନଥିଲେ। ଖୁଚୁରା ପଇସା ଓଭରଲୋଡ ହେଉଥିବାରୁ ଗ୍ରହଣ କରିବାକୁ ବ୍ୟାଙ୍କ ମନା କରିଦେଇଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ବିଦ୍ୟୁତ୍&zwnj; ବିଭାଗ କର୍ମଚାରୀ ବ୍ୟାଙ୍କରେ ହିଁ ପଇସା ଫିଙ୍ଗି ଦେଇ ପଳାଇ ଆସିଥିଲେ। ଏନେଇ ବ୍ୟାଙ୍କ ବିରୋଧରେ ଘଟଗାଁ ଥାନରେ ବିଦ୍ୟୁତ୍&zwnj; ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।</p>

Ordigital Desk
  • Published: Thursday, 09 November 2017
  • Updated: 09 November 2017, 10:50 PM IST

Sports

Latest News

<p>କେନ୍ଦୁଝର (ଓଡ଼ିଶା ରିପୋର୍ଟର): ବ୍ୟାଙ୍କ ଖୁଚୁରା ଟଙ୍କା ନ ନେବାରୁ ବିଦ୍ୟୁତ୍&zwnj; ବିଭାଗର କର୍ମଚାରୀ ବିରକ୍ତ ପ୍ରକାଶ କରି ଏହାକୁ ବ୍ୟାଙ୍କ ପରିସରରେ ଫିଙ୍ଗି ଚାଲିଗଲେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଆଜି ବିଦ୍ୟୁତ୍&zwnj; ବିଭାଗର କର୍ମଚାରୀ ଉପଭୋକ୍ତାଙ୍କ ଟଙ୍କା ଜମା କରିବାକୁ ଘଟଗାଁ ବ୍ୟାଙ୍କ ଅଫ୍&zwnj; ଇଣ୍ଡିଆ ଶାଖାକୁ ଯାଇଥିଲେ। ସେ ସାଙ୍ଗରେ ୧୦,୦୦୦ ଟଙ୍କାର କଏନ ନେଇଥିଲେ। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଖୁଚୁରା ପଇସାକୁ ଗ୍ରହଣ କରି ନଥିଲେ। ଖୁଚୁରା ପଇସା ଓଭରଲୋଡ ହେଉଥିବାରୁ ଗ୍ରହଣ କରିବାକୁ ବ୍ୟାଙ୍କ ମନା କରିଦେଇଥିଲେ। ଏଥିରେ ବିରକ୍ତ ପ୍ରକାଶ କରି ବିଦ୍ୟୁତ୍&zwnj; ବିଭାଗ କର୍ମଚାରୀ ବ୍ୟାଙ୍କରେ ହିଁ ପଇସା ଫିଙ୍ଗି ଦେଇ ପଳାଇ ଆସିଥିଲେ। ଏନେଇ ବ୍ୟାଙ୍କ ବିରୋଧରେ ଘଟଗାଁ ଥାନରେ ବିଦ୍ୟୁତ୍&zwnj; ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos