ବରଗଡ (ଦୀପକ ଶର୍ମା) : ବିଭିନ୍ନ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ବୁଦ୍ଧଦେବ ବିଶ୍ୱାଳ ଓରଫ ଚିଆଁଙ୍କୁ ଗିରଫ କରିଛି ବରଗଡ଼ ପୁଲିସ୍। ଚିଆଁ ଘର ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଧୁଲୁଣ୍ଡା ଗାଁରେ । ଗତକାଲି ଚିଆଁ ୫୩ ନମ୍ବର ଜାତୀୟ ରାଜପଥର ଘୁଲିପାଲି ଛକଠାରେ ବୁଲାବୁଲି କରୁଥିବା ବେଳେ ପୁଲିସ୍ର ଏକ ଟିମ୍ ତାକୁ ଧରିବା ପାଇଁ ଯାଇଥିଲା । ପୁଲିସ୍କୁ ଦେଖି ଖସି ପଳାଇବାକୁ ଚିଆଁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ତାକୁ ଗୋଡାଇ ଗୋଡାଇ ଧରିଥିଲା । ତା’ ନିକଟରୁ ଦେଶୀ ବନ୍ଧୁକ, ଗୁଳି, ମୋବାଇଲ ଜବତ କରାଯାଇଛି ।
ଚିଆଁ ଜର୍ମୁଡା ଗାଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ ଜଣାଯାଇଛି। ଚିଆଁ ନାଁରେ ବରଗଡ ଟାଉନ ଥାନାରେ ୨ଟି, ଅମ୍ବାଭୋନା ଥାନାର ଗୋଟିଏ, ରେଙ୍ଗାଲି ଓ ଜମନକିରା ଥାନାରେ ଗୋଟିଏ ଲେଖାଁଏ ମାମଲା ରହିଛି । ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏନେଇ ଏସ୍ପି ସୂଚନା ଦେଇଛନ୍ତି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।
Crime
ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ଆତ୍ମହତ୍ୟା ଘଟଣା: ଆଉ ଥରେ ଏତଲା ଦେବାକୁ ହାଇକୋର୍ଟଙ୍କ ଅନୁମତି
ଏହି ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୁଲିସ୍ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇନାହିଁ।
Crime
ଦାଦନ ସର୍ଦ୍ଦାରର ଦବଙ୍ଗଗିରି; ଶ୍ରମିକଙ୍କୁ କିଡ୍ନାପ କରି ନେଇ ନିର୍ଧୂମ ଛେଚିଲେ
ଦାଦନ ଯିବା ପାଇଁ ୪୦ ହଜାର ଟଙ୍କା ବଇନା ଆଣିଥିଲେ ଅଜିତ। ସେହି ଟଙ୍କା ଲେଣଦେଣକୁ ନେଇ ଅଜିତଙ୍କୁ ସର୍ଦ୍ଦାର ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ।