ବର୍ଦ୍ଧିତ ଇଞ୍ଜିନିୟରିଂ ସିଟରେ ଆଡମିଶନ ପାଇଁ ଜାରି ରହିବ କାଉନସିଲିଂ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ୬ଟି ସରକାରୀ ଇଂଜିନିୟରିଂ କଲେଜରେ ବଢ଼ାଯାଇଥିବା ୧୨ଶହ ୩ଟି ସିଟରେ ଆଡମିଶନ କରିବା ନେଇ ଜାରି ରହିବ କାଉନସେଲିଂ ପ୍ରକ୍ରିୟା। ଆସନ୍ତା ୨୯ ତାରିଖରେ ଏନେଇ କୋର୍ଟଙ୍କ ଚୁଡାନ୍ତ ରାୟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ବର୍ଦ୍ଧିତ ସିଟ୍ ରେ କାଉନସେଲିଂ ବେଳେ କୋର୍ଟଙ୍କ ନିର୍ଦ୍ଦେଶାନାମା ଓଜେଇଇ ୱେବସାଇଟରେ ଉଲ୍ଲେଖ […]

student-result

student-result

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 02:52 PM IST

Sports

Latest News

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟର ୬ଟି ସରକାରୀ ଇଂଜିନିୟରିଂ କଲେଜରେ ବଢ଼ାଯାଇଥିବା ୧୨ଶହ ୩ଟି ସିଟରେ ଆଡମିଶନ କରିବା ନେଇ ଜାରି ରହିବ କାଉନସେଲିଂ ପ୍ରକ୍ରିୟା। ଆସନ୍ତା ୨୯ ତାରିଖରେ ଏନେଇ କୋର୍ଟଙ୍କ ଚୁଡାନ୍ତ ରାୟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ତେବେ ବର୍ଦ୍ଧିତ ସିଟ୍ ରେ କାଉନସେଲିଂ ବେଳେ କୋର୍ଟଙ୍କ ନିର୍ଦ୍ଦେଶାନାମା ଓଜେଇଇ ୱେବସାଇଟରେ ଉଲ୍ଲେଖ କରାଯିବ। ଏଥିସହ ବର୍ଦ୍ଧିତ ସିଟରେ ନାମଲେଖାର ବୈଧତା, ମୂଳ ମାମଲାର ଫଳାଫଳ ଉପରେ ନିର୍ଭର କରିବ। ଏଆଇସିଟିଇ ଅନୁମୋଦନ ନ ଥାଇ ସରକାରୀ ଇଂଜିନିୟରିଂ କଲେଜରେ ସିଟ୍ ବୃଦ୍ଧି ଏବଂ ଏଆଇସିଟିଇ ଆଇନର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଓପେକା ହାଇକୋର୍ଟରେ ଏକ ମିସ୍ କେସ୍ କରି ବର୍ଦ୍ଧିତ ସିଟରେ ନାମ ଲେଖା ଉପରେ ରହିତାଦେଶ ଦେବାକୁ ଆବେଦନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos