ବରଗଡ଼ : ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟ ଅଞ୍ଚଳରୁ ଚୋରା ଚାଲାଣ ହେଉଥିବା ୮୩ଟି ସମ୍ବର ଶିଙ୍ଗକୁ ଜବତ କରାଯାଇଛି। ବରଗଡ଼ ସଦର ପୋଲିସ୍ ଏହି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଅମ୍ବାଭୋନା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁର ମନୋହ ସେଠ ଓରଫ୍ ବୀରାପାନ୍ ଓ ଲେଲେହର ଗାଁର ସୁବଳ ସାହୁ। ଏକ ଅଲଟୋ କାରରେ ଏ ଦୁଇ ଜଣ ଶିଙ୍ଗ ଗୁଡ଼ିକୁ ନେଇ ଯାଉଥିଲେ।
ବରଗଡ଼ ଏସପି ଓ ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ଜୁଲାଇ ମାସରେ ୩୧ଟି ଶିଙ୍ଗ ଜବତ କରାଯାଇଥିଲା ଓ ୮ ଜଣଙ୍କୁ ଗିରଫ କରାଯାଇଥିଲା।