ଋଣ ଭାର ସହି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ଋଣ ଭାର ସହି ନ ପାରି ବରଗଡ଼ ଜଲ୍ଲା ପୋତାପାଲି ଗାଁର ଲୋକନାଥ ସାହୁ ନାମକ ଜଣେ ଚାଷୀ ଆଜି କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ଥାନୀୟ ଏବିଡିଓ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଲୋକନାଥ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ନେଇ ୧୩ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିବାରୁ […]

bargarh

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 10:42 PM IST

ବରଗଡ଼: ଋଣ ଭାର ସହି ନ ପାରି ବରଗଡ଼ ଜଲ୍ଲା ପୋତାପାଲି ଗାଁର ଲୋକନାଥ ସାହୁ ନାମକ ଜଣେ ଚାଷୀ ଆଜି କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ଥାନୀୟ ଏବିଡିଓ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଲୋକନାଥ ୨ ଲକ୍ଷରୁ ଅଧିକ ଟଙ୍କା ଋଣ ନେଇ ୧୩ ଏକର ଜମିରେ ଧାନ ଚାଷ କରିଥିଲେ। ମାତ୍ର ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିବାରୁ ଋଣ ଟଙ୍କାକୁ ନେଇ ସେ ମାନସିକ ଚାପରେ ଥିଲେ। ଆଜି ସକାଳେ ସେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏବିଡ଼ିଓ ହୃଦୟାନନ୍ଦ ନିଖଣ୍ଡିଆ କହିଛନ୍ତି,“ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି ଖବର ପାଇ ପରିବାର ଲୋକଙ୍କୁ ଭେଟିଲୁ। ବିଷ ଖାଇବା କଥାକୁ ପରିବାର ଲୋକେ ସ୍ୱୀକାର କରୁଛନ୍ତି। ମେଡିକାଲ ରିପୋର୍ଟ ଆସିଲେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ।”

Related story